ଓଡିଶା

odisha

ETV Bharat / bharat

ଅଙ୍ଗନୱାଡିରେ ଜିଲ୍ଲାପାଳଙ୍କ ଝିଅ, ରାଜ୍ୟପାଳଙ୍କ ପ୍ରଂଶସା

ଜିଲ୍ଲାପାଳଙ୍କ ଝିଅ ଯାଉଛି ଅଙ୍ଗନୱାଡି । ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ । ଜିଲ୍ଲାପାଳ ପଙ୍କଜ ଜୈନ ଝିଅର ପାଠପଢା ଅଙ୍ଗନୱାଡିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

By

Published : May 27, 2019, 7:44 PM IST

ପ୍ରତିକାତ୍ମକ ଫଟୋ

ଭୋପାଳ: ଆପଣ ଜାଣିଥିବେ ସାଧାରଣତଃ ବଡବଡିଆ ବାବୁଙ୍କ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢିଥାନ୍ତି । ପ୍ଲେ ସ୍କୁଲରୁ ଆରମ୍ଭ କରିଥାନ୍ତି କ୍ୟାରିୟର । ତେବେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ । କଟନୀର ଜିଲ୍ଲାପାଳ ପଙ୍କଜ ଜୈନ ତାଙ୍କ ଝିଅର ପ୍ରାଥମିକ ଶିକ୍ଷା ପାଇଁ ସ୍ଥାନୀୟ ଅଙ୍ଗନୱାଡି ପଠାଇଛନ୍ତି ।

ତେବେ ପଙ୍କଜଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ପ୍ରଶଂସା କରି ଟ୍ବିଟ କରିଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ । ପଙ୍କଜଙ୍କର ଏହି ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ସାଜିବ ବୋଲି କହିଛନ୍ତି ରାଜ୍ୟପାଳ । ଯଦି ଅଫିସରମାନେ ଏହି ନିଷ୍ପତ୍ତି ନେବେ ସରକାରୀ ଯୋଜନର ଠିକ ଭାବେ ଦାୟିତ୍ବ ତୁଲାଇ ପାରିବେ । ରାଜ୍ୟପାଳଙ୍କ ଟ୍ବିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ପଙ୍କଜ ସାଧାରଣ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଉଦାହରଣ ପାଲିଟିଛି । କେବଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଯେ ପିଲାଙ୍କୁ ଉଜ୍ବଳ ଭବିଷ୍ୟତ ଦେବେ ତାହା ନୁହେଁ ବୋଲି ପ୍ରମାଣିତ କରିଛନ୍ତି ପଙ୍କଜ ଜୈନ ।

For All Latest Updates

ABOUT THE AUTHOR

...view details