ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଥମ ଥର ପାଇଁ କମଲ ନାଥ ମୋଦିଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ - modi
ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ।
ଫାଇଲ ଫଟୋ
ସାଧାରଣ ନିର୍ବାଚନ ପରେ ଦୁହେଁ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଭେଟିଥିବା ଜଣାପଡିଛି । ଦୁହିଁଙ୍କ ଭିତରେ କ'ଣ ଆଲୋଚନା ହୋଇଛି ତାହା ଜଣାପଡିନାହିଁ । କିନ୍ତୁ ପୂର୍ବରୁ ଦୁହେଁ ନିର୍ବାଚନ ପ୍ରଚାର ସମୟରେ ଉଭୟ ଉଭୟଙ୍କୁ ଟାର୍ଗେଟ କରିଥିଲେ ।
କମଲ ନାଥ ମୋଦଙ୍କୁ ବିଭାଜନକାରୀ କହିଥିବା ବେଳେ ମୋଦି କମଲ ନାଥଙ୍କୁ 1984 ଶିଖ ବିରୋଧୀ ଦଙ୍ଗା ମାମଲା ନେଇ ଟାର୍ଗେଟ କରିଥିଲେ ।