ଓଡିଶା

odisha

ETV Bharat / bharat

ଶ୍ରାଦ୍ଧବାର୍ଷିକୀରେ ମନେପଡନ୍ତି ସାରା ଜଗତର ମା’ ମଦର ଟେରସା

ଆଜି ହେଉଛି ମଦର ଟେରେସାଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କୋଲକାତାର 'ମଦର ହାଉସ୍ ଅଫ୍ ମିଶନାରୀ ଅଫ୍ ଚାରିଟି'ରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।

sଶ୍ରାଦ୍ଧ ବାର୍ଷିକୀରେ ମନେପଡନ୍ତି ସାରା ଜଗତର ମା ''ମଦର ଟେରସା''
sଶ୍ରାଦ୍ଧ ବାର୍ଷିକୀରେ ମନେପଡନ୍ତି ସାରା ଜଗତର ମା ''ମଦର ଟେରସା''

By

Published : Sep 5, 2020, 10:16 AM IST

ନୂଆଦିଲ୍ଲୀ: ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ଏଭଳି କାମ ପାଇଁ ତାଙ୍କୁ ନୋବୋଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଆଜି ସେହି ମହୀୟସୀ ମହିଳାଙ୍କ ଶ୍ରାଦ୍ଧବାର୍ଷିକୀ। ଆମେ କହୁଛୁ ଆପଣଙ୍କୁ ମଦର ଟେରେସାଙ୍କ କଥା। ବର୍ତ୍ତମାନର ମହାମାରୀର ଘଡିସନ୍ଧି ମୁହୁର୍ତ୍ତରେ ଭାରି ମନେପଡନ୍ତି ମଦର।

ମଦର ଟେରେସା ୧୯୧୦ ମସିହା, ଅଗଷ୍ଟ ୨୬ ତାରିଖରେ ମାସେଡୋନିଆରେ ଏକ ଆଲବାନିଆନ ପରିବାରରେ ଜନ୍ମ ହୋଇଥିଲେ। ଏହାସହ 1997 ମସିହା ସେପ୍ଟେମ୍ବର 5 ତାରିଖରେ ଚିରଦିନ ପାଇଁ ଆଖିବୁଝିଥିଲେ। ଆଜି ହେଉଛି ସେହି ସ୍ମରଣୀୟ ଦିନ। ମଦର ଟେରେସାଙ୍କ ଶ୍ରାଦ୍ଧ ବାର୍ଷିକୀରେ କୋଲକାତାର 'ମଦର ହାଉସ୍ ଅଫ୍ ମିଶନାରୀ ଅଫ୍ ଚାରିଟି'ରେ ପ୍ରାର୍ଥନା ଆୟୋଜନ କରାଯାଇଥିଲା।

ମା'' ତ ସବୁବେଳେ ମା'' ନା। ସବୁ ସନ୍ତାନ ତା ଆଗରେ ସମାନ। ସେ ତାର ବିଶାଳ ହୃଦୟରେ ସମସ୍ତଙ୍କୁ ନିଜର ପଣତ ତଳକୁ ଟାଣି ନେଇଥାଏ। ଛୋଟା,କୁଜା ଓ କେମ୍ପା ସହ ସନ୍ତାନଟିଏ ଯେକୌଣସି ଦୁରାରୋଗ୍ୟରେ ପୀଡିତ ହେଲେବି ଗୋଟେ ମାର ମନ କେବେ ଥୟ ଧରେ ନାହିଁ। ସେ ଦୌଡି ଯାଇ ତାର ସେବାରେ ଲାଗିପଡେ। ସେମିତି ଜଣେ କି ଦୁଇ ଜଣଙ୍କ ସନ୍ତାନ ନୁହେଁ ସମଗ୍ର ଦେଶର ମା ହେଉଛନ୍ତି ମଦର ଟେରେସା।

ମଦର ଟେରସାଙ୍କ ନେତୃତ୍ବରେ କୁଷ୍ଠ, ଏଡସ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଲୋକଙ୍କ ସେବା କରୁଥିଲେ। ତାଙ୍କର ଏହି ସେବା ଭାବନା ଯୋଗୁଁ ସେ ଚାରିଆଡେ ମଦର ଟେରସା ଭାବେ ପରିଚିତ। ନିଃସ୍ୱାର୍ଥପର ସେବା ପାଇଁ ୧୯୬୨ ମହିସାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ସେହିବର୍ଷ ସେ ରମଣ ମାଗାସେସ୍‌ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୦ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

ABOUT THE AUTHOR

...view details