ଓଡିଶା

odisha

By

Published : Apr 25, 2020, 12:12 AM IST

ETV Bharat / bharat

କନେଷ୍ଟବଳଙ୍କ ନାମରେ ନବଜାତକର ନାମକରଣ

ଜଣେ ଗର୍ଭବତୀଙ୍କୁ ବଞ୍ଚାଇଛନ୍ତି ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ । ତାଙ୍କ ଉଦାରତା ମନୋଭାବ ଯୋଗୁଁ ତାଙ୍କ ନାମରେ ନବଜାତକର ନାମକରଣ କରିଥିଲେ ମହିଳା । ଅଧିକ ପଢନ୍ତୁ...

କନେଷ୍ଟବଳଙ୍କ ନାମରେ ନବଜାତକର ନାମକରଣ
କନେଷ୍ଟବଳଙ୍କ ନାମରେ ନବଜାତକର ନାମକରଣ

ନୂଆଦିଲ୍ଲୀ: ଯିଏ ଜୀବନ ବଞ୍ଚାଇଲା ସେ ଦେବଦୂତ । ଆଉ ଦେବଦୂତଙ୍କ ନାମରେ ନାମକରଣ ସୌଭାଗ୍ୟର ବିଷୟ । ସିଏ ସାକ୍ଷାତ ନୁହେଁ ମଣିଷରୂପୀ ଭଗବାନ । ଏପରି ଏକ ଦେବଦୂତଙ୍କ ନାମରେ ନିଜ ପିଲାର ନାମ ରଖିଛନ୍ତି ଦିଲ୍ଲୀର ଜଣେ ମହିଳା ।

ଘଟଣାଟି ଏହିପରି । ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଥିବାବେଳେ ଗାଡିମୋଟର ଚଳାଚଳ ବନ୍ଦ । ଏପରିସ୍ଥଳେ ଜରୁରୀ କାର୍ଯ୍ୟ ଓ ଚିକିତ୍ସା ପାଇଁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଥିବା ଜଣେ ଗର୍ଭବତୀଙ୍କୁ ବଞ୍ଚାଇଛନ୍ତି ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ । ମହାନତା ଓ ମାନବିକତାର ପରିଚୟ ଦେଇ ପୋଲିସ ଜଣକ ତାଙ୍କୁ ହସ୍ପିଟାଲ ନେଇ ଜୀବନ ରକ୍ଷା କରିଥିଲେ ।

ପ୍ରସବ ବେଦନା ଅଧିକ ହୋଇଥିବାବେଳେ ପରିବାରଲୋକେ ଯିବାକୁ ଗାଡି ପାଇନଥିଲେ । ଏହି ସମୟରେ କନେଷ୍ଟବଳ ଜଣକ ସହାୟତା କରିବା ସହ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ । ତେବେ କନେଷ୍ଟବଳଙ୍କ ଉଦାରତା ଯୋଗୁଁ ତାଙ୍କ ନାମରେ ନବଜାତକର ନାମକରଣ କରିଥିଲେ ମହିଳା । ଉକ୍ତ ପୋଲିସଙ୍କ ନାମ ଦୟାଭୀର ସିଂହ ଥିବାବେଳେ ମହିଳା ଜଣକ ନିଜ ପୁଅ ନାମ ମଧ୍ୟ ସମାନ ଦୟାଭୀର ରଖିଥିଲେ । ମହିଳାଙ୍କ କଷ୍ଟ ସମୟରେ ସେ ତାଙ୍କୁ ସାହାଯ୍ୟ କରିପାରିଥିବାରୁ କନେଷ୍ଟବଳ ଜଣଙ୍କ ଗର୍ବିତ ଓ ଖୁସି ଥିବା କହିଥିଲେ ।

ସୌଜନ୍ୟ@ANI

ABOUT THE AUTHOR

...view details