ଓଡିଶା

odisha

ETV Bharat / bharat

ଏହି ମନ୍ଦିରରେ ପୂଜା ପାଆନ୍ତି ମାତା ଜାନକୀ ଓ ଲବକୁଶ, ଜାଣନ୍ତୁ କେଉଁଠି...

ମଧ୍ୟପ୍ରଦେଶର ଅଶୋକ ନଗର ଅଞ୍ଚଳରେ ରହିଛି ମାତା ଜାନକୀଙ୍କ ମନ୍ଦିର । ଏଠାରେ ମାତା ଜାନକୀଙ୍କ ସହିତ ଲବକୁଶଙ୍କ ପ୍ରତିମା ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ । ଧୁମଧାମର ସହିତ ଲବକୁଶଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଉଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 25, 2019, 5:31 PM IST

Updated : Oct 25, 2019, 8:16 PM IST

ଭୋପାଳ: ବାଲ୍ମିକୀ ପୁରାଣରୁ ରାମ ବନବାସକୁ ନେଇ ଅନେକ ସୂଚନା ମିଳିଥାଏ । ମଧ୍ୟପ୍ରଦେଶରେ ବନବାସ ସମୟରେ ଅନେକ ସ୍ଥାନ ଦେଇ ଯାଇଥିବା ଜଣାପଡ଼େ । ଏପରିକି ମଧ୍ୟପ୍ରଦେଶରେ ରାମଙ୍କ ସହିତ ଜଡ଼ିତ ଅନେକ ଘଟଣାବହୁଳ ତଥ୍ୟ ମଧ୍ୟ ପୁରାଣରେ ଦେଖିବାକୁ ମିଳିଥାଏ । ସେହିପରି ଅଶୋକ ନଗରରେ ବାଲ୍ମିକୀ ଆଶ୍ରମ ଥିବା ପୁରାଣରୁ ଜଣାପଡ଼ିଥାଏ । ଫଳରେ ଅଶୋକନଗରର ମୁଙ୍ଗାବଲୀ ତହସିଲ ଅନ୍ତର୍ଗତ କରୀଲା ଗ୍ରାମରେ ଥିବା ଜାନକୀ ମନ୍ଦିରରେ ଧୁମଧାମରେ ଲବ-କୁଶଙ୍କ ପୂଜା ଜୋରଦାର କରାଯାଇଥାଏ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ଏହି ମନ୍ଦିର ସ୍ଥାନରେ ପୁରାଣ କାଳରେ ସ୍ଥାନୀୟ କରିଲା ଅଞ୍ଚଳରେ ବାଲ୍ମିକୀ ଆଶ୍ରମ ରହିଥିଲା । ଏହି ଆଶ୍ରମରେ ମାତା ଜାନକୀ ଲବକୁଶଙ୍କୁ ଜନ୍ମ ଦେଇଥିବା ଜଣାପଡ଼େ । ଏଠାରେ ପୁରାଣ କାଳରେ ପ୍ରବଳ କଲରା ଚାଷ ହେଉଥିବାରୁ ଏହାର ନାମ କରିଲା ରଖାଯାଇଥିବା ଜଣାପଡ଼େ । ତେବେ ଏଠାରେ ଏକ ମାତ୍ର ମାତା ସୀତାଙ୍କ ମନ୍ଦିର ରହିଥିବା ଦେଖିବାକୁ ମିଳିଛି । ଏହି ମନ୍ଦିରରେ ମାତା ସୀତାଙ୍କ ସହିତ ଲବ-କୁଶଙ୍କ ପ୍ରତିମା ମଧ୍ୟ ପୂଜା ପାଇଥାଏ ।

ଏହି ମନ୍ଦିରର ପାଖାପାଖି 200 ବର୍ଷରୁ ଊର୍ଦ୍ଧ୍ବ ସମୟ ପୁରୁଣା ବୋଲି ସୂଚନା ମିଳିଥାଏ । 200 ବର୍ଷ ପୂର୍ବରୁ ମହନ୍ତ ତପସୀ ମହାରାଜଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସ୍ବପ୍ନାଦେଶରେ କରିଲା ଗ୍ରାମ ନିକଟରେ ଏକ ଅଞ୍ଚଳରେ ମାତା ସୀତା କିଛି ସମୟ ପାଇଁ ରହିଥିଲେ । ଏହି ରହିବା ସମୟରେ ଲବକୁଶଙ୍କୁ ଜନ୍ମ ଦେଇଥିବା ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସେଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ବପ୍ନାଦେଶ ହୋଇଥିଲା ।

ଏହି ଘଟଣାର ପରଦିନ ରାଜା ଉକ୍ତ ସ୍ଥାନକୁ ଖୋଜିବା ପାଇଁ ବାହାରି ପଡ଼ିଥିଲେ । ସ୍ବପ୍ନରେ ଦେଖିଥିବା ଓ ଶୁଣିଥିବା ଆଶ୍ରମ ଭଳି ଏକ ଅନୁରୂପ ଆଶ୍ରମ ଏଠାରେ ଦେଖିବାକୁ ପାଇଥିଲେ । ଫଳରେ ରାଜା ନିଜେ ଏଠାରେ ରହିବା ସହିତ ଏହାର ସଫାସୁତୁରା କାର୍ଯ୍ୟରେ ଲାଗି ଯାଇଥିଲେ । ପରବର୍ତ୍ତୀ ସମୟରେ ନିକଟସ୍ଥ ଗ୍ରାମବାସୀମାନେ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିବା ମଧ୍ୟ ଜଣାପଡ଼େ ।

ମହାରାଜା ଏଠାରେ ପାଖାପାଖି 40 ବର୍ଷ ରହିଥିଲେ । ତେବେ ହଠାତ ଦିନେ ଅଯୋଧ୍ୟାରୁ ବଳରାମଦାସ ମହାରାଜ ଏଠାକୁ ଆସିଥିଲେ ଏବଂ ଏକ ଗୋଶାଳା ସ୍ଥାପନ କରିଥିଲେ । ତେବେ ଏଠାରେ ବାଘ, ଗାଈ ଓ ମାଙ୍କଡ଼ ମାନେ ଗୋଟିଏ ସ୍ଥାନରେ ବସବାସ କରୁଥିବା ଜଣାପଡ଼େ ।

ଏହି ମନ୍ଦିରରୁ ବାହାରୁଥିବା ବିଭୁତିକୁ ନେଇ ନିକଟସ୍ଥ ଚାଷୀମାନେ ନିଜ ଚାଷ ଜମିରେ ବ୍ୟବହାର କରିଥାନ୍ତି । ଏହା ପକାଇବା ଦ୍ବାରା ଚାଷ ଜମିରୁ ବିଭିନ୍ନ ପ୍ରକାର କୀଟମାନଙ୍କ ସଂଖ୍ୟା କମିବା ସହିତ ଭଲ ଫସଲ ହୋଇଥାଏ ବୋଲି ଚାଷୀମାନଙ୍କ ବିଶ୍ବାସ ରହିଆସିଛି ।

Last Updated : Oct 25, 2019, 8:16 PM IST

ABOUT THE AUTHOR

...view details