ଭୋପାଳ: ମଧ୍ୟପ୍ରଦେଶ ଜବଲପୁରର ରାଞ୍ଝିରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ମା' ତାର 2 ବର୍ଷର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ମହିଳା ଜଣଙ୍କ ହେଲେ ବନ୍ଦନା ସିଂହ ।
ନିର୍ଦ୍ଦୟୀ ମା': 2 ବର୍ଷ ଝିଅର ତଣ୍ଟି ଚିପି ନିଜେ କଲା ଆତ୍ମହତ୍ୟା - ଝିଅର ତଣ୍ଟି ଚିପି ମା'ର ଆତ୍ମହତ୍ୟା
ମାନସିକ ଚିନ୍ତାଗ୍ରସ୍ତ ଥିବା ବନ୍ଦନା ନିଜ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...
ସୂଚନାମୁତାବକ, ବନ୍ଦନା ତାଙ୍କ ବାପା ଅବତାର ସିଂହ ଓ ମା କୁସୁମ ସିଂହଙ୍କ ସହ ରହୁଥିଲେ । ପୂର୍ବରୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ କିଛି ଦିନ ତଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବନ୍ଦନା ବହୁତ ମାନସିକ ଅଶାନ୍ତିରେ ଥିଲେ । ଆଉ ରବିବାର ବନ୍ଦନାଙ୍କ ବାପା କାମ ପାଇଁ ବାହାରକୁ ଯାଇଥିବାବେଳେ ସେ ଏହାର ଫାଇଦା ଉଠାଇ ଘର କବାଟ ଦେଇ ନିଜ ଝିଅକୁ ମାରିବା ସହ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ଅବତାର ସିଂହ ପହଞ୍ଚିବାବେଳକୁ ନିଜ ଝିଅକୁ ରସିରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଓ ଏଫଏସଏଲର ଟିମ ପହଞ୍ଚି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।