ଓଡିଶା

odisha

ETV Bharat / bharat

ଅମୁଲ ପରେ ଦୁଗ୍ଧର ଦର ବୃଦ୍ଧି କଲା 'ମଦର ଡେରୀ'

ବୃଦ୍ଧି ପାଉଛି ଦୁଗ୍ଧର ମୂଲ୍ୟ । ପ୍ରଥମେ ଅମୂଲ ଓ ଏବେ ଦୁଗ୍ଧର ମୂଲ୍ୟ ବୃଦ୍ଧି କଲା ମଦର ଡେରୀ ।

By

Published : May 25, 2019, 5:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଅମୁଲ ପରେ ଏବେ ବୃଦ୍ଧି ପାଇବ ମଦର ଡେରୀର ଦର । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ମଦର ଡେରୀ ଦୁଗ୍ଧର ମୂଲ୍ୟ ପ୍ରତି ଲିଟର ପିଛା 2ଟଙ୍କାକୁ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଦର ଆଜି(ଶନିବାର) ଲାଗୁ ହେବ ।

କମ୍ପାନୀର କହିବାନୁଯାୟୀ, ଦୁଗ୍ଧ ବ୍ୟବସାୟୀମାନେ ଦୁଗ୍ଧର ଦର ବୃଦ୍ଧି କରିଦେବାରୁ ଆମକୁ ମଧ୍ୟ ଅଧିକ ଦରରେ କିଣିବାକୁ ପଡୁଛି, ଯେଉଁଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କମ୍ପାନୀ ପକ୍ଷରୁ କେବଳ ପ୍ୟାକେଟରେ ମିଳୁଥିବା ଦୁଗ୍ଧ ଉପରେ 2 ଟଙ୍କାର ମୂଲ୍ୟ କରାଯାଇଥିବାବେଳେ ଟୋକନ ମିଲ୍କର ମୂଲ୍ୟରେ କୌଣସି ଦର ବୃଦ୍ଧି କରାଯାଇନାହିଁ ।

ମଦର ଡେରୀ କମ୍ପାନୀର ସୂଚନାନୁଯାୟୀ, ମେ 25 ତାରିଖରୁ ଦିଲ୍ଲୀ-ଏନସିଆରରେ ପ୍ୟାକେଟ ଦୁଗ୍ଧର ଦର ବୃଦ୍ଧି କରାଯିବ । ଏକ ଲିଟର ପ୍ୟାକେଟ ଦୁଗ୍ଧର ମୂଲ୍ୟ 2 ଟଙ୍କା ଓ ଅଧା ଲିଟର ଦୁଗ୍ଧର ମୂଲ୍ୟ ପ୍ୟାକେଟ ପ୍ରତି 1 ଟଙ୍କା ବୃଦ୍ଧି କରାଯାଇଛି ।

ABOUT THE AUTHOR

...view details