ଓଡିଶା

odisha

ETV Bharat / bharat

ମରଣ ମୁହଁକୁ ଟାଣି ଆଣିଲା ଦାରିଦ୍ର୍ୟତା: 2 ଝିଅଙ୍କୁ ହତ୍ୟା କରି ପରେ ମା'ର ଆତ୍ମହତ୍ୟା

ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଜଣେ ମହିଳା ନିଜର ଦୁଇ ଶିଶୁଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ମରଣ ମୁହଁକୁ ଟାଣି ଆଣିଲା ଦାରିଦ୍ରତା
ମରଣ ମୁହଁକୁ ଟାଣି ଆଣିଲା ଦାରିଦ୍ରତା

By

Published : Nov 2, 2020, 8:38 PM IST

ଚେନ୍ନାଇ: ମରଣ ମୁହଁକୁ ଟାଣି ଆଣିଲା ଦାରିଦ୍ର୍ୟତା । ଶେଷରେ ଦୁଇ ଶିଶୁଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ।

ସୂଚନା ଅନୁଯାୟୀ, ରାଶି ନାମକ ଏହି ମହିଳାଙ୍କ ସ୍ବାମୀଙ୍କର ଗତ ଏକ ବର୍ଷ ତଳେ ମୃତ୍ୟୁ ଘଟିଛି । ଘରେ ଏକମାତ୍ର ରୋଜଗାର କରୁଥିବା ସ୍ବାମୀଙ୍କର ମୃତ୍ୟୁ ପରେ ରାଶିଙ୍କୁ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇ ଯାଇଥିଲା ।

ରାଶିଙ୍କର ଦୁଇଟି ଝିଅ ଥିବାବେଳେ ସେମାନଙ୍କୁ ଦୁଇ ବେଳା ଖାଇବା ଯୋଗାଇବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ନଥିଲା । ଶେଷରେ ଦାରିଦ୍ର୍ୟତା ମାକୁ ପିଶାଚ ସଜାଇଥିଲା । ଦୁଇ ଝିଅ ଆକାଶ୍ୟା(5) ଏବଂ ଆନିଆ(3)ଙ୍କୁ ନିଦ ବଟିକା ଦେଇ ହତ୍ୟା କରିଥିଲେ ରାଶି । ଏବଂ ପରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ରାଶି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details