ହାଇଦ୍ରାବାଦ: ତେଲେଙ୍ଗାନାସ୍ଥିତ ବନସ୍ଥଳୀପୁରମ ଅଞ୍ଚଳରେ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଦ୍ବୟ ସମ୍ପର୍କରେ ମା ଓ ପୁଅ ହୋଇଥିବା ବେଲେ ସେମାନଙ୍କ ମୃତଦେହକୁ ଏକ ବନ୍ଦ କୋଠରୀ ମଧ୍ୟରୁ ଉଦ୍ଧାର କରିଛି ପୋଲିସ । ତେବେ ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ବାମୀ ଉପରେ ସନ୍ଦେହ କରିଛି ।
ମା' ପୁଅଙ୍କ ମୃତଦେହ ଉଦ୍ଧାର, ସ୍ବାମୀ ଉପରେ ସନ୍ଦେହ - water tank
ବୁଧବାର ମା ସବନମ ଓ ପୁଅ ଇରଫାନଙ୍କୁ ମୃତ ଅବସ୍ଥାରେ ବନସ୍ଥଳୀପୁରମସ୍ଥିତ ବନ୍ଦ ଘର ମଧ୍ୟରୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ମୃତ ସବନମଙ୍କ ସ୍ବାମୀ ଆଦିଲ ଉପରେ ସନ୍ଦେହ ପ୍ରକାଶ କରିଛି ।
ମିଳିଥିବା ସୂଚନା ମୁତାବକ ବୁଧବାର ମା ସବନମ ଓ ପୁଅ ଇରଫାନଙ୍କୁ ମୃତ ଅବସ୍ଥାରେ ବନସ୍ଥଳୀପୁରମସ୍ଥିତ ବନ୍ଦ ଘର ମଧ୍ୟରୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ମୃତ ସବନମଙ୍କ ସ୍ବାମୀ ଆଦିଲ ଉପରେ ସନ୍ଦେହ ପ୍ରକାଶ କରିଛି ।
ମିଳିଥିବା ସୂଚନା ମୁତାବକ ସବନମ ଓ ଇରଫାନ ଗତ ଶନିବାର ଠାରୁ ନିଖୋଜ ଥିଲେ । ଆଜି ଗନ୍ଧ ହେବାରୁ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ସେମାନଙ୍କ ଘର ଖୋଲିଥିଲା । ପ୍ରଚୁର ଗନ୍ଧ ହେବାରୁ ଘରେ ଥିବା ପାଣିଟାଙ୍କି ମଧ୍ୟରୁ ଦୁଇ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ଏହା ସହିତ ନିକଟସ୍ଥ ଡାକ୍ତରଖାନା ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଯୋଗ୍ୟ ସବନମ ଗତ 4 ବର୍ଷ ତଳେ ଆଦିଲକୁ ବିବାହ କରିଥିଲେ ଓ ସେମାନେ ବନସ୍ଥଳୀପୁରମର ଅଟୋନଗର ଅଞ୍ଚଳରେ ରହିଆସୁଥିଲେ ।