ଓଡିଶା

odisha

By

Published : Dec 31, 2019, 1:43 PM IST

ETV Bharat / bharat

ସୀମାରେ ସେନାଙ୍କ ସହ ରାଷ୍ଟ୍ର ଗୃହମନ୍ତ୍ରୀଙ୍କ ରାତ୍ରୀ ରହଣି

ରାଷ୍ଟ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୀମାରେ ସେନାଙ୍କ ସହ ରାତ୍ରି ଯାପନ କରିଛନ୍ତି । ମନ୍ତ୍ରୀ ବିଓପିକୁ ଯିବା ସହ ସେଠାରେ ସେନାଙ୍କ ଭଲମନ୍ଦ ଓ ବିଭିନ୍ନ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ । ଅଧିକ ଖବର ପଢନ୍ତୁ...

ସୀମାରେ ସେନାଙ୍କ ସହ ରାଷ୍ଟ୍ର ଗୃହମନ୍ତ୍ରୀଙ୍କ ରାତ୍ରୀ ରହଣି
Mos home nityanand rai

କୋଲକାତା: ରାଷ୍ଟ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୀମାରେ ସେନାଙ୍କ ସହ ରାତ୍ରି ଯାପନ କରିଛନ୍ତି । ସୋମବାର ଦିନ ମନ୍ତ୍ରୀ ଭାରତ ଓ ବାଂଲାଦେଶ ସୀମାର ଫୁଲବାରୀ ବିଏସଏଫ ପୋଷ୍ଟରେ ଗୋଟିଏ ରାତି ବିତାଇଛନ୍ତି । ଏହି ରହଣି ସମୟରେ ମନ୍ତ୍ରୀ ବିଓପିକୁ ଯିବା ସହ ସେଠାରେ ସେନାଙ୍କ ଭଲମନ୍ଦ ଓ ବିଭିନ୍ନ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ।

ଏହାସହ ସେ ସୀମା ନିକଟବର୍ତ୍ତୀ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ଯେଉଁଠି ବିଏସଏଫ ଅଫିସରଙ୍କ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ। ଏହାସହ ଶତ୍ରୁପକ୍ଷର ଆକ୍ରମଣ,ଚୋରା ଚାଲାଣକାରୀଙ୍କ ପ୍ରବେଶ ଉଦ୍ୟମ ସମୟରେ ଏହାକୁ ପ୍ରତିହତ କରିବାକୁ ସେନାକର୍ମୀ ମାନେ କିପରି ପଦକ୍ଷେପ ନିଅନ୍ତି ସେ ବିଷୟରେ ବରିଷ୍ଠ ଅଧିକାରୀ ବର୍ଣ୍ଣନା କରିଥିଲେ।

ଏହାପରେ ସେନା ଅଧିକାରୀଙ୍କ ସହ ନିତ୍ୟାନନ୍ଦ କିଛି ସମୟ ପାଇଁ ଚା ଜଳଖିଆର ମଜ୍ଜା ନେଇଥିଲେ। ଏହାପୂର୍ବରୁ ରାୟ ସୀମାରେ ମିଠା ବାଣ୍ଟିବା ସହ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ବୋଧିତ କରିଥିଲେ।

ABOUT THE AUTHOR

...view details