ନୂଆଦିଲ୍ଲୀ: ଦେଶରେ ଭୟଙ୍କର ମହାମାରୀ କୋରୋନା ଭାଇରସ ତାର କାୟ ବିସ୍ତାର ଜାରି ରଖିଛି। ଦିନକୁ ଦିନ ହଜାର ହଜାର ନୂଆ ମାମଲା ଆସୁଛି । ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ 5 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ମାମଲାର ସୂଚନା ମିଳିଛି। ତେବେ ସବୁଠୁ ବଡ କଥା ହେଉଛି 75ରୁ ଅଧିକ ଦିଲ୍ଲୀ ପୋଲିସ କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ବୋଲି ଜଣାପଡିଛି । ଏଥିରେ କନଷ୍ଟେବଳ ପଦବୀରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ଅଧିକାରୀ ସମସ୍ତେ ଅନ୍ତର୍ଭୁକ୍ତ ।
କୋରୋନା ପଜିଟିଭ ଥିବା ପୋଲିସ ମଧ୍ୟରେ ତବଲିଗି ଜମାତ ମାମଲାର ତଦନ୍ତ କରୁଥିବା କ୍ରାଇମ୍ ଶାଖା ଦଳର 5 ଜଣ ଅଛନ୍ତି। ପୋଲିସ ଷ୍ଟେସନରେ ପୋଷ୍ଟିଂ କରାଯାଇଥିବା, ସ୍ବତନ୍ତ୍ର ଶାଖାରେ ପୋଷ୍ଟିଂ କରାଯାଇଥିବା ଏବଂ ଅନ୍ୟ ବିଭାଗରେ ପୋଷ୍ଟିଂ କରାଯାଇଥିବା ପୋଲିସ୍ କର୍ମଚାରୀଙ୍କୁ କୋରୋନା ସଂକ୍ରମଣ ହୋଇଛି।