ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ 400ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ବୁଧବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ସୂଚନା ଦେଇଛନ୍ତି। ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ, ବୁଧବାର 20 ଜଣ ଆକ୍ରାନ୍ତ କୋରୋନାରେ ମୃତ୍ୟୁ ବରଣ କରିଥିବା ବେଳେ, ମୋଟ ମୃତ୍ୟୁ ସଂଖ୍ୟା 106ରେ ପହଞ୍ଚିଛି।
କୋଭିଡ-19 ଅପଡେଟ: ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ, 106 ମୃତ - ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ
କୋରୋନା ଲଢେଇରେ ସବୁଠୁ ଆଗରେ ଥିବା କୋରୋନା ଯୋଦ୍ଧା, ସ୍ବାସ୍ଥ୍ୟକର୍ମୀ ମାନେ ଚିକିତ୍ସା କରୁଥିବାବେଳେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀରେ ବୁଧବାର ଆଉ 20ଜଣଙ୍କର କୋରୋନାରେ ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...
ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ 400ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଦିଲ୍ଲୀରେ ବୁଧବାର 359ଟି ନୂଆ ସଂକ୍ରମଣ ମାମଲା ସହିତ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 998କୁ ବୃଦ୍ଧି ପାଇଛି ।
ବୁଧବାର ପ୍ରକାଶିତ ବୁଲେଟିନ୍ରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଡାକ୍ତରଖାନାଗୁଡ଼ିକରୁ ମିଳିଥିବା ବିବରଣୀ ଅନୁଯାୟୀ ଏପ୍ରିଲ ଏବଂ ମେ ମାସରେ ଏହି 20ଟି ମୃତ୍ୟୁ ଘଟିଛି ଏବଂ କୋଭିଡ-19 ମୃତ୍ୟୁ ମାମଲାରେ କମିଟି ଗଠନ କରାଯାଇଛି । ଜୈନ କହିଛନ୍ତି, ରିପୋର୍ଟ ହୋଇଥିବା 20 ଜଣଙ୍କ ମୃତ୍ୟୁ ଡାକ୍ତରଖାନା ଦ୍ୱାରା ପଠାଯାଇଥିବା ମୃତ୍ୟୁର ବିବରଣୀ ଉପରେ ଆଧାରିତ।