ଓଡିଶା

odisha

ETV Bharat / bharat

ଓଲଟିଲା ବସ, 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ବାଇକ ଆରୋହୀଙ୍କ ଜୀବନ ବଞ୍ଚାଇବା ପାଇଁ ଓଲଟିଲା ବସ । 30 ରୁ ଅଧିକ ଯାତ୍ରୀ ଆହତ,ତଦନ୍ତ ଜାରି । ଅଧିକ ପଢନ୍ତୁ....

By

Published : Oct 5, 2020, 9:28 AM IST

More than 30 passengers were injured when a bus going from Gwalior to Ahmedabad overturned in Shivpuri
ଓଲଟିଲା ବସ,30ରୁ ଅଧିକ ଯାତ୍ରୀ ଆହତ

ଭୋପାଳ: ବସ ଓଲଟି 30ରୁ ଉର୍ଦ୍ଧ୍ବ ଆହତ। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଲଟିଲା ବସ,30ରୁ ଅଧିକ ଯାତ୍ରୀ ଆହତ

ସୂଚନା ଅନୁସାରେ ବସଟି ମଧ୍ୟପ୍ରଦେଶର ଡାବରାରୁ ଶିବପୁରୀକୁ ଯିବା ସମୟରେ କୋଲାରସ ଥାନା ଅଞ୍ଚଳରେ ଜଣ ବାଇକ ଆରୋହୀ ହଠାର ରାସ୍ତା ମଝିକୁ ପଳାଇ ଆସିଥିଲେ । ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜଣକ ବସର ଗତିପଥ ବଦଳାଇ ଥିଲେ । ହେଲେ ବସଟି ଦୁର୍ଭାଗ୍ୟବଶତଃ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବସରେ ଥିବା 30 ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ପଡିଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ମେଡିକାଲ ପଠାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details