ଓଡିଶା

odisha

ETV Bharat / bharat

୨୦୧୮ରେ ୧୩ ମିଲିୟନରୁ ଅଧିକ ଶିଶୁ ଟୀକାରୁ ବଞ୍ଚିତ: ୟୁନିସେଫ

କୋରୋନା ମହାମାରୀ ଯୋଗୁଁ ବାଧାପ୍ରାପ୍ତ ହେଉଛି ଟୀକାକରଣ ସେବା । ୨୦୨୦ ପରେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛି ୟୁନିସେଫ । ଅଧିକ ପଢ଼ନ୍ତୁ...

more than 13 million children, children deprived from vaccination,  ୧୩ ମିଲିୟନରୁ ଅଧିକ ଶିଶୁ ଟୀକାରୁ ବଞ୍ଚିତ, UNICEF, ୟୁନିସେଫ, କୋରୋନା ମହାମାରୀ, ଟୀକାକରଣ
୨୦୧୮ରେ ୧୩ ମିଲିୟନରୁ ଅଧିକ ଶିଶୁ ଟୀକାରୁ ବଞ୍ଚିତ: ୟୁନିସେଫ

By

Published : Apr 27, 2020, 6:04 PM IST

ନିକଟରେ ଜାରି କରାଯାଇଥିବା ୟୁନିସେଫ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ବରେ ୧ ବର୍ଷରୁ କମ ବୟସର ୧୩ ମିଲିୟନ ଶିଶୁ ୨୦୧୮ରେ କୌଣସି ଟୀକା ପାଇନାହାନ୍ତି । ବିଶେଷ କରି ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଥିବା ଦେଶଗୁଡିକରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ରିପୋର୍ଟରେ କୁହାଯାଇଛି । କୋରୋନା ମହାମାରୀ ଯୋଗୁଁ ଟୀକାକରଣ ସେବା ବାଧାପ୍ରାପ୍ତ ହୋଇଛି । ଯାହା କି ୨୦୨୦ ପରେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛି ୟୁନିସେଫ ।

କୋରୋନା ବ୍ୟାପିବା ପୂର୍ବରୁ ମଧ୍ୟ ୧ ବର୍ଷରୁ କମ୍ ବୟସର ୨୦ ମିଲିୟନ ଶିଶୁଙ୍କୁ ମିଳିମିଳା, ପୋଲିଓ ଭଳି ରୋଗର ଟୀକା ମିଳି ନଥିଲା ବୋଲି ୟୁନିସେଫ ରିପୋର୍ଟରେ କୁହାଯାଇଛି । ଏଭଳି ପରିସ୍ଥିତି କେବେ ସୃଷ୍ଟି ହୋଇ ନଥିଲା ବୋଲି ୟୁନିସେଫର ମୁଖ୍ୟ ଉପଦେଷ୍ଟା ଓ ଟୀକାକରଣ ମୁଖ୍ୟ ରବିନ ନନ୍ଦି କହିଛନ୍ତି । ବିଶ୍ବରେ କୋରୋନା ବ୍ୟାପୁଥିଲା ବେଳେ ଶିଶୁଙ୍କୁ ଟୀକାଦାନ ଭଳି ଜୀବନ ରକ୍ଷା କାର୍ଯ୍ୟ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ବୋଲି ନନ୍ଦି କହିଛନ୍ତି । କୋରୋନା ମହାମାରୀ ଯୋଗୁଁ ଟୀକାକରଣ ସେବା ବାଧାପ୍ରାପ୍ତ ହୋଇଥିବାରୁ ଲକ୍ଷ ଲକ୍ଷ ଶିଶୁଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଲୁଛି ବୋଲି ନନ୍ଦି କହିଛନ୍ତି ।

ରୋଗ ବ୍ୟାପିବା ଯୋଗୁଁ ଯେ, କେବଳ ଗରିବ ଦେଶଗୁଡିକ ପାଇଁ ହିଁ ସମସ୍ୟା ସୃଷ୍ଟି ହେଉଛି, ତାହା ନୁହେଁ, ବରଂ ଟୀକାକରଣ ହୋଇ ନ ଥିବାରୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ଧନୀ ଦେଶର କିଛି ଅଞ୍ଚଳରେ ୨୦୧୯ରେ ମିଳିମିଳା ବ୍ୟାପିଥିଲା ବୋଲି ୟୁନିସେଫ ରିପୋର୍ଟରେ କୁହାଯାଇଛି । କୋରୋନା ବ୍ୟାପିବା ପୂର୍ବରୁ ଟୀକାକରଣ କଭରେଜରେ ବୃହତ ବ୍ୟବଧାନ ସୃଷ୍ଟି ହୋଇଥିବାରୁ ସ୍ବଳ୍ପ ଆୟ ଯୁକ୍ତ ଗରିବ ଦେଶଗୁଡିକରେ ସମସ୍ୟା ଗୁରୁତର ଥିଲା ବୋଲି ୟୁନିସେଫ ରିପୋର୍ଟରେ ଦର୍ଶାଯାଇଛି ।

୨୦୧୦ରୁ ୨୦୧୮ ମଧ୍ୟରେ ଇଥିଓପିଆରେ ସର୍ବାଧିକ ଶିଶୁ ମିଳିମିଳା ଟୀକାର ପ୍ରଥମ ଡୋଜ୍‌ରୁ ବଞ୍ଚିତ ହୋଇଥିଲେ । ଇଥଓପିଆର ପାଖାପାଖି ୧୦ ଦଶମିକ ୯ ମିଲିଅନ ଶିଶୁ ଟୀକାରୁ ବଞ୍ଚିତ ହୋଇଥିଲେ । ଏହାପଛକୁ ରହିଥଲେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (୬ ଦଶମିକ ୨ ମିଲିଅନ) ଆଫଗାନିସ୍ତାନ (୩ ଦଶମିକ ୮ ମିଲିଅନ) । ଚାଦ୍, ମାଡାଗାସ୍କର ଓ ଉଗାଣ୍ଡାରେ ୨.୭ ମିଲିଅନ ଲେଖାଏଁ ଶିଶୁ ଟୀକାଦାନରୁ ବଞ୍ଚିତ ରହିଥିବା ୟୁନିସେଫ କହିଛି ।

୨୦୧୮ରେ ଦକ୍ଷିଣ ଏସିଆରେ ଆନୁମାନିକ ୩.୨ ମିଲିଅନ ଶିଶୁ କୌଣସି ରୋଗର ଟୀକା ପାଇ ନ ଥିଲେ । ମହାମାରୀ ଓ ବିଶ୍ବ ମହାମାରୀ ବେଳେ ବି ଅତି ଜରୁରୀ ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ଉପରେ ଗୁରୁତ୍ବ ଦିଆଯାଇଥାଏ । ସାମାନ୍ୟ ବ୍ୟତିକ୍ରମ ହେଲେ ରୋଗ ବ୍ୟାପିବା ସମ୍ଭାବନା ଥାଏ । ତେବେ, କୋରୋନା ମହାମାରୀକୁ ଦେଖି ୨୫ଟି ଦେଶରେ ବିଭିନ୍ନ ଶିଶୁ ରୋଗ ନିରାକରଣ ଟୀକାକରଣ ଅଭିଯାନକୁ ସ୍ଥଗିତ ରଖାଯାଇଛି । ଆଗକୁ ଅନ୍ୟ କିଛି ଦେଶରେ ମଧ୍ୟ ଏହି ଅଭିଯାନକୁ ସ୍ଥଗିତ ରଖିବାକୁ ପଡିପାରେ ।

ABOUT THE AUTHOR

...view details