ଓଡିଶା

odisha

By

Published : Aug 14, 2019, 10:28 AM IST

ETV Bharat / bharat

କେରଳରେ ପୁଣି ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ରେଡଆଲର୍ଟ

କେରଳରେ ପୁଣି ବର୍ଷା ଆଶଙ୍କା । ଦୁଇ ଜିଲ୍ଲାକୁ ରେଡଆଲର୍ଟ। ଆସନ୍ତା ଦୁଇଦିନ ଯାଏଁ ସତର୍କ ରହିବାକୁ ସୂଚନା ।

ଡିଜାଇନ ଫଟୋ

କେରଳ: ବନ୍ୟା ତାଣ୍ଡବରେ ଛାରଖାର ହୋଇଥିବା କେରଳକୁ ପୁଣି ବିପତ୍ତି । ଲଗାଣ ବର୍ଷାରୁ ବନ୍ୟା ସୃଷ୍ଟି ହୋଇ ହାହାକାର ମଚାଇଥିବାବେଳେ ପୁଣି ଦୁଇଦିନ ବର୍ଷା ହେବ ବୋଲି ଆଶଙ୍କା କରାଯାଇଛି । ଆସନ୍ତା ଦୁଇ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସହ ଦୁଇଟି ଜିଲ୍ଲା ମାଲାପୁରମ୍‌ ଓ କୋଝିକୁଡକୁ ରେଡଆଲର୍ଟ ଜାରି କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କାରଣରୁ ଆଗାମୀ 48 ଘଣ୍ଟା ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଅଗଷ୍ଟ 15 ତାରିଖରେ ମାଲାପୁରମ୍‌ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା ଥିବାବେଳେ ଏହା କ୍ରମଶଃ କମିବ ବୋଲି ପାଣିପାଗ ବିଭାଗ କହିଛି ।

ଦୁଇ ଦିନ ପ୍ରବଳ ବର୍ଷା ହେବାକୁ ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ABOUT THE AUTHOR

...view details