ଓଡିଶା

odisha

ETV Bharat / bharat

କୋରୋନା କଟକଣା ମଧ୍ୟରେ ଆଜିଠୁ ମୌସୁମୀ ଅଧିବେଶନ, ରହିବନି ପ୍ରଶ୍ନକାଳ - କୋରୋନା କଟକଣାରେ ଆଜି ଠୁ ମୌସୁମୀ ଅଧିବେଶନ

ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର 252ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲାରେ ଶେଷ ହେବ । ମୋଟ 47 ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ।

କୋରୋନା କଟକଣାରେ ଆଜି ଠୁ ମୌସୁମୀ ଅଧିବେଶନ
କୋରୋନା କଟକଣାରେ ଆଜି ଠୁ ମୌସୁମୀ ଅଧିବେଶନ

By

Published : Sep 14, 2020, 6:53 AM IST

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ । 17 ତମ ଲୋକସଭାର ଚତୁର୍ଥ ଓ 252 ରାଜ୍ୟସଭାର ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧବେଶନର ମୋଟ 18 ଦିନରେ 18ଟି କାର୍ଯ୍ୟ ଦିବସ ରହିଛି । ଶନିବାର ଓ ରବିବାର ଛୁଟି ରହିବ ନାହିଁ । ସରକାରୀ ବ୍ୟବସାୟୀର ଆବଶ୍ୟକତା ଅନୁଯାୟୀ ଏହା ଅକ୍ଟୋବର 1ରେ ଶେଷ ହେବ । ମୋଟ 47 ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ। ଏଥିମଧ୍ୟରେ 45ଟି ବିଲ ଏବଂ 2ଟି ଆର୍ଥିକ ପ୍ରସଙ୍ଗ ରହିଛି।

କୋଭିଡ ମହାମାରୀ ମଧ୍ୟରେ ଏହା ପ୍ରଥମ ସଂସଦ ଅଧିବେଶନ ହେବ । କୋଭିଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅଧିବେଶନ ପରିଚାଳନା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ରବିବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ମହାମାରୀ ମଧ୍ୟରେ ସମସ୍ତ ସଂସଦୀୟ ସଦସ୍ୟଙ୍କୁ ଏକ ଚିଠି ସହିତ ସୁରକ୍ଷା କୋଭିଡ କିଟ୍ ପଠାଇଥିଲେ।

ଏହି ପରିପ୍ରେକ୍ଷୀରେ ସଂସଦର କ୍ୟାଣ୍ଟିନରୁ ଏକ ମେନୁ ଜାରି କରାଯାଇଛି। ମେନୁ ଅନୁଯାୟୀ, ସାଂସଦମାନଙ୍କ ପାଇଁ କ୍ୟାଣ୍ଟିନରେ ବିଭିନ୍ନ ପ୍ରକାରର ପ୍ୟାକ୍ ହୋଇଥିବା ଜଳଖିଆ ରହିବ । ପ୍ୟାକ ଖାଦ୍ୟ 4 ପ୍ରକାରର ରହିବ । ଶାକାହାରୀ ଖାଦ୍ୟ, ଦକ୍ଷିଣ ଭାରତୀୟ, ଅଣ-ଶାକାହାରୀ ଓ କମ୍ବୋ ପ୍ୟାକ ରହିଛି । ଏଥିସହ କ୍ୟାଣ୍ଟିନର ସ୍ବଚ୍ଛତା ଉପରେ ମଧ୍ୟ ଗୁରୁତ୍ବ ଧ୍ୟାନ ଦିଆଯିବ ।

ପ୍ରତ୍ୟେକ ଗୃହ ପାଇଁ ପ୍ରତ୍ୟେକ ଦିନ ଚାରି ଘଣ୍ଟିଆ ଅଧିବେଶନ ହେବ । ରାଜ୍ୟସଭା ପାଇଁ ସକାଳ 9ରୁ 1ଟା ଏବଂ ଲୋକସଭା ପାଇଁ ଅପରାହ୍ନ 3ରୁ 7ଟା ପର୍ଯ୍ୟନ୍ତ। କିନ୍ତୁ ପ୍ରଥମ ଦିନରେ, ଅର୍ଥାତ୍ ସେପ୍ଟେମ୍ବର 14ରେ ଲୋକସଭାର ଅଧିବେଶନରେ ସକାଳେ ବସିବ ।

ଅଧ୍ୟାଦେଶ ସ୍ଥାନରେ ମୋଟ 11ଟି ବିଲ ଆଗତ କରାଯିବ। ସେଗୁଡ଼ିକ ହେଲା, କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- 2020, ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-2020, ହୋମିଓପାଥି କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-2020, ଭାରତୀୟ ଔଷଧୀୟ କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-2020, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ-2020, ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020, ବ୍ୟାଙ୍କିଂ ନିୟାମକ (ସଂଶୋଧନ) ବିଲ-2020, କରାଧାନ ଓ ଅନ୍ୟାନ୍ୟ ଆଇନ (ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ସରଳିକରଣ) ବିଲ-2020, ମହାମାରୀ ରୋଗ (ସଂଶୋଧନ) ବିଲ- 2020, ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-2020, ସାଂସଦମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-2020।

ସୂଚନାଯୋଗ୍ୟ, ଅଧିବେଶନ ପୂର୍ବରୁ ଯେଉଁ ସର୍ବଦଳୀୟ ବୈଠକ ହୁଏ ତାହା ରବିବାର ଅନୁଷ୍ଠିତ ହୋଇନାହିଁ । ବାଚସ୍ପତି ଓମ ବିର୍ଲା ଗୃହ ପରିଚାଳନା ଉପଦେଷ୍ଟା କମିଟିର ଏକ ବୈଠକ ଡକାଇଥିଲେ । ମୌସୁମୀ ଅଧିବେଶନର କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା । ଏଥିସହ ସମସ୍ତ ଅଧିବେଶନ ପୂର୍ବରୁ 4 ହଜାରରୁ ଅଧିର ସାଂସଦଙ୍କ କୋରୋନା ପରୀକ୍ଷା ହୋଇଛି । କୋରୋନା କଟକଣା ପାଇଁ ଏଥର ପ୍ରଶ୍ନକାଳ ରହିବ ନାହିଁ ।

ABOUT THE AUTHOR

...view details