ଓଡିଶା

odisha

ETV Bharat / bharat

ଆଜି ଭିଜିବ ଦିଲ୍ଲୀ, 2 ଦିନ ଭିତରେ ଉତ୍ତର ଭାରତରେ ପହଞ୍ଚିବ ମୌସୁମୀ - 2 ଦିନ ଭିତରେ ଉତ୍ତର ଭାରତରେ ପହଞ୍ଚିବ ମୌସୁମୀ

ଉତ୍ତରଭାରତରେ କିଛି ଅଞ୍ଚଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିବାବେଳେ, ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା 2 ଦିନ ଭିତରେ ଉତ୍ତର ଭାରତରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଆଜି ଭିଜିବ ଦିଲ୍ଲୀ, 2 ଦିନ ଭିତରେ ଉତ୍ତର ଭାରତରେ ପହଞ୍ଚିବ ମୌସୁମୀ
ଆଜି ଭିଜିବ ଦିଲ୍ଲୀ, 2 ଦିନ ଭିତରେ ଉତ୍ତର ଭାରତରେ ପହଞ୍ଚିବ ମୌସୁମୀ

By

Published : Jun 24, 2020, 11:29 AM IST

ନୂଆଦିଲ୍ଲୀ: ଉତ୍ତର ଭାରତର କିଛି ଅଞ୍ଚଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିବାବେଳେ, କେତେକ ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନାମୁତାବକ, ଆସନ୍ତା 2 ଦିନ ମଧ୍ୟରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ବୁଧବାର ଏବଂ ଗୁରୁବାର ଦିଲ୍ଲୀର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଭାରତୀୟ ପାଣିପାଗ ବିଭାଗ ମୁତାବକ, ଆଗାମୀ 48 ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର ଅବଶିଷ୍ଟ ପଶ୍ଚିମ ହିମାଳୟ ଅଞ୍ଚଳ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଞ୍ଜାବର ଅଧିକାଂଶ ଅଂଶ ଏବଂ ରାଜସ୍ଥାନର କିଛି ଅଂଶରେ ମୌସୁମୀର ପ୍ରବେଶ ପାଇଁ ଏହି ଅବସ୍ଥା ଅନୁକୂଳ ଅଟେ । ସମୟ ପୂର୍ବରୁ ମୌସୁମୀ ଦିଲ୍ଲୀରେ ପହଞ୍ଚିବାକୁ ନେଇ ସାଇକ୍ଲୋନିକ ସିଷ୍ଟମକୁ ଦାୟୀ କରାଯାଇପାରେ। ଯାହା 19 ଏବଂ 20 ଜୁନରେ ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଆଡକୁ ଯାଇ ମୌସୁମୀ ସଠିକ ସମୟରେ ପହଞ୍ଚିବାରେ ସାହାର୍ଯ୍ୟ କଲା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିଲ୍ଲୀରେ ଆଂଶିକ ମେଘୁଆ ପାଗ ଥିଲା ଏବଂ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ 37 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦିଲ୍ଲୀର ଆର୍ଦ୍ରତା ସ୍ତର 63ରୁ 86 ପ୍ରତିଶତ ମଧ୍ୟରେ ରହିଛି । ଆସନ୍ତା 3 ଦିନ ମଧ୍ୟରେ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସର୍ବାଧିକ ତାପମାତ୍ରା ପ୍ରାୟ 36 ଡିଗ୍ରୀ ପର୍ଯ୍ୟନ୍ତ ରହିବ।

ମଙ୍ଗଳବାର ହରିୟାଣା ଏବଂ ପଞ୍ଜାବର ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ କମ ରହିଥିଲା। ରାଜଧାନୀ ଚଣ୍ଡିଗଡ଼ରେ ସର୍ବାଧିକ ତାପମାତ୍ରା 35.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ହରିୟାଣାର ଅମ୍ବାଲାରେ ସର୍ବାଧିକ ତାପମାତ୍ରା 36.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ବର୍ଷର ଏହି ସମୟ ପାଇଁ ସ୍ୱାଭାବିକ ତାପମାତ୍ରା ଠାରୁ 1 ଡିଗ୍ରୀ କମ ଅଟେ ।

ନର୍ନାଲ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 3 ଡିଗ୍ରୀ ତଳେ ରହିଛି । ପଞ୍ଜାବର ଅମୃତସର ସର୍ବାଧିକ 37.3 ଡିଗ୍ରୀ ସେଲସିୟସ ରେକର୍ଡ କରିଛି, ଯାହା ହାରାହାରି ଠାରୁ 1 ଡିଗ୍ରୀ ତଳେ ରହିଛି।

ମଙ୍ଗଳବାର ଉତ୍ତରପ୍ରଦେଶର ପୂର୍ବ ଭାଗରେ ବଜ୍ରପାତ ସହିତ ହାଲୁକା ବର୍ଷା ହୋଇଥିଲା। ରାଜ୍ୟର ବିଚ୍ଛିନ୍ନ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ 24, 25 ଏବଂ 26ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।

ରାଜସ୍ଥାନର କିଛି ଅଂଶରେ ଉତ୍ତାପ ଜାରି ରହିଲା ଏବଂ ତାପମାତ୍ରା 43.5 ଡିଗ୍ରୀ ସେଲସିୟସ ସହିତ ଗଙ୍ଗାନଗର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବେ ରହିଛି । ସେହପରି ଜୈସଲମେର, ବିକାନେର, ଚୁରୁ ଏବଂ ଜୟପୁରରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ 43, 42.8, 42.1 ଏବଂ 40.2 ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଅଜମେର ଏବଂ କୋଟାରେ ଦିନର ତାପମାତ୍ରା ଯଥାକ୍ରମେ 39.5 ଏବଂ 37.3 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି।

ABOUT THE AUTHOR

...view details