ଓଡିଶା

odisha

ETV Bharat / bharat

ଭାରତରେ ସାଉଦି ଯୁବରାଜ, ପୁଲୱାମା ଆକ୍ରମଣକୁ ନେଇ ରହିଲେ ଚୁପ୍

ଭାରତ-ସାଉଦି ମଧ୍ୟରେ ନ୍ୟାସନାଲ ଇନଭେଷ୍ଟ ଫଣ୍ଡରେ ନିବେଶ, ପର୍ଯ୍ୟଟନ, ହାଉସିଂ କର୍ପୋରେସନ, ବ୍ରଡକାଷ୍ଟିଂ ପରି ୫ଟି କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାଉଦି ସହ ଭାରତର ସମ୍ବନ୍ଧ ବହୁତ ପୁରୁଣା । ୨୦୧୬ ସାଉଦି ଗସ୍ତରେ ମୁଁ ଶକ୍ତି ଓ ସୁରକ୍ଷା କ୍ଷେତ୍ରରେ ବହୁ ବଡ ପଦକ୍ଷେପ ନେଇଛି । ଭାରତର ଉର୍ଜା ସୁରକ୍ଷାରେ ସାଉଦି ଆରବର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ।

By

Published : Feb 20, 2019, 10:57 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତ ଗସ୍ତରେ ମଙ୍ଗଳବାର ଆସି ପହଞ୍ଚିଛନ୍ତି ସାଉଦି ଆରବ ଯୁବରାଜ ମହମ୍ମଦ ବିନ ସଲମାନ ବିନ ଅବ୍ଦୁଲ ଅଜୀଜ ଉଲ ସାଉଦ । ସେ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟକୋଲ ଭାଙ୍ଗି ତାଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରକୁ ଯାଇଥିଲେ । ସାଉଦି ପ୍ରିନ୍ସ ସଲମାନଙ୍କ ଏହି ଗସ୍ତରେ ଆତଙ୍କବାଦୀ ପ୍ରମୁଖ ବିଷୟ ରହିଛି । ଭାରତ-ସାଉଦି ସଂଯୁକ୍ତ ପ୍ରେସ କନଫରେନ୍ସରେ ଆତଙ୍କବାଦୀ ବିରୋଧରେ ଲଢିବା କଥା ଦୁଇ ଦେଶର ପ୍ରମୁଖ କହଛନ୍ତି ।

ଏହାସହ ଦୁଇ ଦେଶ ମଧ୍ୟରେ ନ୍ୟାସନାଲ ଇନଭେଷ୍ଟ ଫଣ୍ଡରେ ନିବେଶ, ପର୍ଯ୍ୟଟନ, ହାଉସିଂ କର୍ପୋରେସନ, ବ୍ରଡକାଷ୍ଟିଂ ପରି ୫ଟି କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାଉଦି ସହ ଭାରତର ସମ୍ବନ୍ଧ ବହୁତ ପୁରୁଣା । ୨୦୧୬ ସାଉଦି ଗସ୍ତରେ ମୁଁ ଶକ୍ତି ଓ ସୁରକ୍ଷା କ୍ଷେତ୍ରରେ ବହୁ ବଡ ପଦକ୍ଷେପ ନେଇଛି । ଭାରତର ଉର୍ଜା ସୁରକ୍ଷାରେ ସାଉଦି ଆରବର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ସାଉଦି ସହ ଆର୍ଥିକ ସହଯୋଗ ଉପରେ ଆଲୋଚନା କରାଯାଇଛି । ଆମେ ଆନ୍ତର୍ଜାତୀୟ ସୌରଶକ୍ତି ଆଲିଏନ୍ସରେ ସାଉଦି ଆରବକୁ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି ।

ପିଏମ ଆହୁରି କହିଛନ୍ତି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ହୋଇଥିବା ବର୍ବର କାଣ୍ଡ ସମଗ୍ର ଦେଶ ପାଇଁ ବିପଦ । ଏହା ମାନବତା ବିରୋଧୀ ଓ ସାରା ବିଶ୍ବ ଉପରେ ଏହାର ପ୍ରଭାବ ରହିଛି । ଏହି ବିପଦକୁ ପ୍ରଭାବଶାଳୀ ଢଙ୍ଗରେ ଶେଷ କରିବାକୁ ପଡିବ । ପିଏମ ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି ଯେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଦେଶ ଉପରେ ଚାପ ବୃଦ୍ଧି କରିବା ଆବଶ୍ୟକତା ରହିଛି ।

ଅନ୍ୟପକ୍ଷେ ସାଉଦି ପ୍ରିନ୍ସ ସଲମାନ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ଉପରେ ଆମେ ଭାରତ ସହ ଗୁପ୍ତ ସୂଚନା ଆଦାନ ପ୍ରଦାନ କରିବୁ । କେବଳ ଭାରତ ସହ ନୁହଁ ବରଂ ନିଜ ପଡୋଶୀ ଦେଶ ସହ ଏହି ଆଦାନ ପ୍ରଦାନ କରାଯିବ । କିନ୍ତୁ ସେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଓ ପୁଲୱାମା ଆକ୍ରମଣ ଘଟଣା ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି ।

ABOUT THE AUTHOR

...view details