ଓଡିଶା

odisha

ETV Bharat / bharat

ଆଜି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ହେବାକୁ ଯାଉଛି ।ଏହି ବୈଠକରେ ବଜେଟ ଅଧିବେଶନ ବିଷୟରେ ଆଲୋଚନା ହେବା ସହ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ଉପରେ ଚର୍ଚ୍ଚା ହେବ ।

By

Published : Jun 12, 2019, 9:10 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ରରେ ମନ୍ତ୍ରୀମାନଙ୍କୁ ନିଜ ଦାୟିତ୍ବ ବଣ୍ଟନ ପରେ ବୁଧବାର କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ହେବାକୁ ଯାଉଛି । ଯାହାର ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସରକାର ଲଘୁ ଓ ଦୀର୍ଘକାଳୀନ ଯୋଜନା ଉପରେ ଚର୍ଚ୍ଚା କରିବାର ସମ୍ଭାବନା ରହିଛି । କେନ୍ଦ୍ର ସରକାରଙ୍କ ସବୁ ସଚିବଙ୍କ ସହ ମୋଦିଙ୍କ ଆଲୋଚନାର ଗୋଟିଏ ଦିନ ପରେ ଏହି ବୈଠକ ହେବାକୁ ଯାଉଥିବା ବେଳେ ଏହା ପରେ କେନ୍ଦ୍ର କ୍ୟାବିନେଟର ବୈଠକ ହେବ ।

ଜୁଲାଇ 5ରୁ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନର ପ୍ରସ୍ତୁତି ପାଇଁ ଏହି ବୈଠକରେ ଆଲୋଚନା ହେବା ସହ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ଉପରେ ଚର୍ଚ୍ଚା ହେବ । ମନ୍ତ୍ରିମଣ୍ଡଳର ଏହି ବୈଠକରେ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details