ଓଡିଶା

odisha

ETV Bharat / bharat

ଇସ୍ତଫା ଦେଲେ ମୋଦି

ଗୁରୁବାର ବହୁମତ ପାଇ ବିଜୟ ହୋଇଛି ବିଜେପି । ଏଥର ନିର୍ବାଚନରେ ଦଳକୁ ମିଳିଛି ବିପୁଳ ସଫଳତା । ଦେଶରେ ସପ୍ତଦଶ ସରକାର ଗଢିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୋଦି ଓ ଏନଡିଏ ମେଣ୍ଟ । ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିନ୍ତୁ ନୂଆ ସରକାର ଆସିବା ଯାଏଁ ସେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ତୁଲାଇବେ ।

ଫାଇଲ ଫଟୋ

By

Published : May 24, 2019, 9:19 PM IST

ନୂଆଦିଲ୍ଲୀ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସେ ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ନୂଆ ସରକାର ଆସିବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବାକୁ ତାଙ୍କୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି ।

ଗୁରୁବାର ବହୁମତ ପାଇ ବିଜୟ ହୋଇଛି ବିଜେପି । ଏଥର ନିର୍ବାଚନରେ ଦଳକୁ ମିଳିଛି ବିପୁଳ ସଫଳତା । ଦେଶରେ ସପ୍ତଦଶ ସରକାର ଗଢିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୋଦି ଓ ଏନଡିଏ ମେଣ୍ଟ । ତେବେ ଏହା ପୂର୍ବରୁ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ମୋଦି ଇସ୍ତଫା ଦେଇଛନ୍ତି । ଏହାସହ ଦେଶର 16ତମ ସରକାର ଭାଙ୍ଗିବା ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ।

ମୋଦି ଓ ତାଙ୍କ କ୍ୟାବିନେଟର ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ଏହାସହ ଆଗାମୀ ସରକାର ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ନିଜ ମନ୍ତ୍ରିମଣ୍ଡଳ ସହ ସରକାରରେ ରହିବା ଲାଗି ଅନୁରୋଧ କରିଛନ୍ତି । ଏବେ ନୂଆ ସରକାର ଆସିବା ଯାଏଁ ମୋଦି ପ୍ରଧାନମନ୍ତ୍ରୀ ପଦରେ ରହିବେ । ନୂଆ କ୍ୟାବିନେଟ ସହ ମୋଦି ଶପଥ ନେବା ପରେ ଦେଶରେ ଆରମ୍ଭ ହେବ ସପ୍ତଦଶ ସରକାରର କାର୍ଯ୍ୟକାଳ ।

ABOUT THE AUTHOR

...view details