ଓଡିଶା

odisha

ETV Bharat / bharat

‘୧୫୦ ଦେଶକୁ ଔଷଧ ଯୋଗାଇଛି ଭାରତ, ଜାତିସଂଘର କାର୍ଯ୍ୟ ନୈରାଶ୍ୟ ଜନକ’

ମହାମାରୀ ସମୟରେ ଜାତିସଂଘ ନିଜର ଦାୟିତ୍ବ ସୂଚାରୁ ରୂପେ ନିଭାଇ ନାହିଁ ବୋଲି ଜାତିସଂଘର ୭୫ ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାମନ୍ତ୍ରୀ । ଅଧିକ ପଢନ୍ତୁ..

‘୧୫୦ ଦେଶକୁ ଔଷଧ ଯୋଗାଇଛି ଭାରତ, କିନ୍ତୁ ଜାତି ସଂଘର କାର୍ଯ୍ୟ ନୈରାଶ୍ୟ ଜନକ’
‘୧୫୦ ଦେଶକୁ ଔଷଧ ଯୋଗାଇଛି ଭାରତ, କିନ୍ତୁ ଜାତି ସଂଘର କାର୍ଯ୍ୟ ନୈରାଶ୍ୟ ଜନକ’

By

Published : Sep 26, 2020, 9:49 PM IST

ହାଇଦ୍ରାବାଦ: ଜାତିସଂଘର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ସବୁବେଳେ ବିଶ୍ବ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛି । ବିଶ୍ବରେ ଶାନ୍ତି ସ୍ଥାପନ ପାଇଁ ଭାରତ ସବୁଠାରୁ ଅଧିକ ଯବାନଙ୍କୁ ହରାଇଛି । ଭାରତ ନିଜ ସ୍ବାର୍ଥ ନୁହେଁ, ସବୁବେଳେ ମାନବଜାତିର ସ୍ବାର୍ଥ ଚାହିଁଛି। କୋରୋନା ମହାମାରୀ ସମୟରେ ମଧ୍ୟ ଭାରତ ନିଜର କର୍ତ୍ତବ୍ୟ ଭୁଲିନି । ମହାମାରୀ ଭଳି କଠିନ ସମୟରେ ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି । ଭାରତର ଭ୍ୟାକସିନ ଉତ୍ପାଦନ କ୍ଷମତା ମାନବ ଜାତିର କଲ୍ୟାଣରେ ଲାଗିବ।

ସେହିପରି ମୋଦି କହିଛନ୍ତି, ଭ୍ୟାକସିନ ଯୋଗାଣରେ ଭାରତ କେବଳ ନିଜ ପାଇଁ ସମଗ୍ର ବିଶ୍ବକୁ ସହଯୋଗ କରିବ। ଆମର ମାର୍ଗ ଜନ କଲ୍ୟାଣରୁ ଜଗତ କଲ୍ୟାଣ ଯାଏ ପରିବ୍ୟାପ୍ତ । ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଆମେ ଆତ୍ମନିର୍ଭର ଦିଗରେ ଅଗ୍ରସର ହୋଇଛୁ । ଜାତିସଂଘରେ ସନ୍ତୁଳନ ଓ ସଶକ୍ତୀକରଣ ରଖିବା ଦାୟିତ୍ବ । କିନ୍ତୁ ଏଭଳି ମହାମାରୀ ସମୟରେ ଜାତିସଂଘ ନିଜର ଦାୟିତ୍ବ ସୂଚାରୁ ରୂପେ ନିଭାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ପ୍ରଧାମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details