ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା କରିଛନ୍ତି । କୋରୋନା ସଙ୍କଟରେ ଆଲୋଚନା ବେଳେ ମୋଦି କହିଛନ୍ତି ଯେ ଦିଲ୍ଲୀ-ୟୁପି-ହରିୟାଣାରେ ଅବସ୍ଥା ଖରାପ ଥିଲା । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କାର୍ଯ୍ୟ କରାଯାଇଥିଲା ଓ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶର କିଛି ଜିଲ୍ଲାରେ ଏଭଳି ସମୟ ଆସିଥିଲା, ଯାହା ଚିନ୍ତାର ବିଷୟ ଥିଲା । ଏହା ଏକ ବଡ ସଙ୍କଟ ହେବ ବୋଲି ସରକାର ଦିଲ୍ଲୀରେ ଘୋଷଣା କରିଥିଲେ । ଏହା ପରେ ଆମେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଏକ ଦଳ ଗଠନ କରିଥିଲୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶାହା ପହଞ୍ଚିଥିଲେ ଓ ସମୀକ୍ଷା ପରେ ଫଳାଫଳ ପାଇପାରିଥିଲେ । 10 ଦିନ ମଧ୍ୟରେ ଦିଲ୍ଲୀରେ ପରିବର୍ତ୍ତନ ନଜର ଆସିଲା । କଣ୍ଟେନମେଣ୍ଟ ଜୋନକୁ ସମ୍ପୁର୍ଣ୍ଣ ଅଲଗା କରାଗଲା ଓ 100 ପ୍ରତିଶତ ସ୍କ୍ରିନିଂ କରାଗଲା ।