ନୂଆଦିଲ୍ଲୀ: ପୁଣି ଥରେ ଶୁଣିବାକୁ ମିଳିବ ମୋଦିଙ୍କ 'ମନ କି ବାତ' । ତିନି ମାସର ବ୍ୟବଧାନ ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଏହାର ଦ୍ବିତୀୟ ସଂସ୍କରଣ । ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପ୍ରସାରଣ ପ୍ରସାରିତ ହୋଇଥିବା ବେଳେ ଦ୍ବିତୀୟ କାର୍ଯ୍ୟାଳୟରେ ଜୁନ 30ରେ ଏହାର ପୁନଃର୍ବାର ପ୍ରସାରଣ ଆରମ୍ଭ କରାଯିବ।
ମୋଦି 2.0ରେ ପ୍ରଥମ 'ମନ କି ବାତ' - ମୋଦି
ପୁଣି ଥରେ ମନର କଥା କହିବେ ପ୍ରଧାନମନ୍ତ୍ରୀ । ଜୁନ 30ରେ ପ୍ରସାରଣ ହେବ 'ମୋଦିଙ୍କ ମନ କି ବାତ' କାର୍ଯ୍ୟକ୍ରମ। ପ୍ରଥମ ରବିବାରରେ ଦେଶବାସୀଙ୍କୁ ଜଣାଇବେ କୃତଜ୍ଞତା।
ଜୁନ 30ରେ 'ମନ କି ବାତ'ର ଦ୍ବିତୀୟ ସଂସ୍କରଣ ଆରମ୍ଭ ହେବା ନେଇ ନିଜ ଟ୍ବିଟ ମାଧ୍ୟମରେ ଜଣାଇଥିଲା ପ୍ରଧାନମନ୍ତ୍ରୀ । ରବିବାର ସକାଳ 11ରେ ପୁଣି ଥରେ ଆରମ୍ଭ ହୋଇଥିବାରୁ ଧନ୍ୟବାଦ ଦେବା ସହ ସକରାତ୍ମକ ଆଲୋଚନା କରାଯିବା ନେଇ ଦେଶବାସୀଙ୍କ ଜଣାଇଛନ୍ତି । ଏଥିସହ 130 କୋଟି ଭାରତୀୟଙ୍କ ସାମୂହିକ ଶକ୍ତିର ଉତ୍ସାହ ମନାଇବେ ବୋଲି ମୋଦି କହିଛନ୍ତି। ତେବେ ଏନେଇ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି।
24 ଫେବୃୟାରୀରେ 'ମନ କି ବାତ' ର ପ୍ରଥମ ସଂସ୍କରଣର ଶେଷ ପ୍ରସାରଣ ହୋଇଥିଲା। ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ ମୋଦି । 'ମନ କି ବାତ'ର କାର୍ଯ୍ୟକ୍ରମ ପରେ ଭାରତୀୟ ବାୟୁସେନା ଏୟାଷ୍ଟ୍ରାଇକ କରିଥିଲା ।