ଓଡିଶା

odisha

ETV Bharat / bharat

‘ଉଦ୍ୟୋଗପତିଙ୍କ ହାତରେ ଭାରତର ସମ୍ପତ୍ତି ଟେକିବାକୁ ଚାହୁଁଛନ୍ତି ସରକାର’ - rahul gandhi reaction

ବଜେଟକୁ ନେଇ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

‘ଉଦ୍ୟୋଗପତିଙ୍କ ହାତରେ ଭାରତର ସମ୍ପତ୍ତି ଟେକିବାକୁ ଚାହୁଁଛନ୍ତି ସରକାର’
‘ଉଦ୍ୟୋଗପତିଙ୍କ ହାତରେ ଭାରତର ସମ୍ପତ୍ତି ଟେକିବାକୁ ଚାହୁଁଛନ୍ତି ସରକାର’

By

Published : Feb 1, 2021, 3:41 PM IST

Updated : Feb 1, 2021, 4:05 PM IST

ନୂଆଦିଲ୍ଲୀ:ଆର୍ଥିକ ବର୍ଷ 2021-22ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ବଜେଟକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ମୋଦି ସରକାର ନିଜର କିଛି ଉଦ୍ୟୋଗପତି ବନ୍ଧୁଙ୍କ ହାତରେ ଭାରତର ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି । ସାଧାରଣ ଲୋକଙ୍କ ହାତକୁ ଟଙ୍କା ଦେବା ପରିବର୍ତ୍ତେ ମୋଦି ସରକାର କିଛି ଉଦ୍ୟୋଗପତିଙ୍କ ହାତକୁ ଭାରତର ସମ୍ପତ୍ତି ଟେକିଦେବାକୁ ଚାହୁଁଥିବା କହିଛନ୍ତି ରାହୁଲ ।

ବଜେଟ ବିରୋଧରେ ବର୍ଷିଲେ ରାହୁଲ, ଉଦ୍ୟୋଗପତି ହାତରେ ଭାରତର ସମ୍ପତ୍ତି ଟେକିବାକୁ ଚାହୁଁଛନ୍ତି ମୋଦି ସରକାର

ବଜେଟ ଉପସ୍ଥାପନ ପୂର୍ବରୁ ସକାଳେ ମଧ୍ୟ ଟ୍ବିଟ କରିଥିଲେ ରାହୁଲ । ସକାଳେ ରାହୁଲ ଟ୍ବିଟ କରି କହିଥିଲେ ଯେ ଚଳିତ ବର୍ଷ ଆର୍ଥିକ ବଜେଟ ଏମଏସଏମଇ, ଚାଷୀଙ୍କୁ ସମର୍ଥନ କରିବା ସହ ନିଯୁକ୍ତି ସୃଷ୍ଟି କରିବା ଦରକାର ।

ଏହାସହ ଜୀବନ ବଞ୍ଚାଇବା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ ବୃଦ୍ଧି ଓ ସୀମା ସୁରକ୍ଷା ପାଇଁ ପ୍ରତିରକ୍ଷା ବଜେଟ ବୃଦ୍ଧି ହେବା ଆବଶ୍ୟକ ବୋଲି ଜୋର ଦେଇ କହିଥିଲେ ରାହୁଲ ।

Last Updated : Feb 1, 2021, 4:05 PM IST

For All Latest Updates

ABOUT THE AUTHOR

...view details