ଓଡିଶା

odisha

ETV Bharat / bharat

ଟ୍ରମ୍ପଙ୍କୁ ପଛରେ ପକାଇଲେ ମୋଦି - LEADER

ନ୍ୟୁୟର୍କର ‘ବର୍ସନ କୋହନ ଆଣ୍ଡ ୱଲ୍ଫ(ବିସିଡବ୍ଲ୍ୟୁ) ନାମକ ଏକ ଗ୍ଲୋବାଲ କମ୍ୟୁନିକେସନ ଏବଂ ପବ୍ଲିକ ରିଲେସନ କମ୍ପାନୀ ଗୁରୁବାର ବିଶ୍ବର ପ୍ରସିର୍ଦ୍ଧ ନେତାମାନଙ୍କର ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ଅଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

By

Published : Apr 13, 2019, 9:52 PM IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ପଛରେ ପକାଇଲେ ମୋଦି । ନ୍ୟୁୟର୍କର ‘ବର୍ସନ କୋହନ ଆଣ୍ଡ ୱଲ୍ଫ(ବିସିଡବ୍ଲ୍ୟୁ) ନାମକ ଏକ ଗ୍ଲୋବାଲ କମ୍ୟୁନିକେସନ ଏବଂ ପବ୍ଲିକ ରିଲେସନ କମ୍ପାନୀ ଗୁରୁବାର ବିଶ୍ବର ପ୍ରସିଦ୍ଧ ନେତାମାନଙ୍କର ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ଅଛନ୍ତି ।

ତେବେ ଏହି ରିପୋର୍ଟର ନାମ ରହିଛି ‘2019 ୱାର୍ଲ୍ଡ ଲିଡର୍ସ ଅନ୍ ଫେସବୁକ୍’ । ଏହି ରିପୋର୍ଟ ବିସିଡବ୍ଲ୍ୟୁ କମ୍ପାନୀର ବାର୍ଷିକ ଟ୍ୱିଗ୍ରୋମେସି ପରାକ୍ଷା ଦ୍ବାରା ତିଆରି ହୋଇଛି । ଏହି ରିପୋର୍ଟରେ ସୋସିଆଲ ମିଡିଆର ଲୋକପ୍ରିୟତା ଦୃଷ୍ଟିରୁ କେଉଁ ନେତାଙ୍କୁ କେତେ ଲୋକପ୍ରିୟତା ମିଳିଛି ତାହା ଦର୍ଶାଯାଇଛି ।

ନଂ1-ନରେନ୍ଦ୍ର ମୋଦି
ଏହି ରିପୋର୍ଟ ଅନୁଯାୟୀ, ଫେସବୁକର ଲୋକପ୍ରିୟତା ରେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ଅଛନ୍ତି । ନରେନ୍ଦ୍ର ମୋଦିଙ୍କୁ ନିଜ ଫେସବୁକ୍ ପେଜ୍ ରେ 4 କୋଟି 335 ଲକ୍ଷ ଲାଇକ୍ସ ମିଳିଛି । ଏହାଛଡା ତାଙ୍କର ଅଫିସିୟାଲ ପେଜରେ 1.7 ମିଲିୟନ ଲାଇକ୍ସ ମିଳିଛି ।
ନଂ2-ଡୋନାଲ୍ଡ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛି । ତାଙ୍କ ନିଜ ଫେସବୁକ୍ ପେଜରେ ତାଙ୍କୁ 2 କୋଟି 30 ଲକ୍ଷ ଲାଇକ୍ସ ମିଳିଛି ।
ନଂ3-କ୍ୱିନ୍ ରାନିୟା
ସୋସିଆଲ ମିଡିଆରେ ଲୋକପ୍ରିୟତା ମାମଲାରେ ଜାର୍ଡନର ରାଣୀ ରାନିୟା ତୃତୀୟ ନଂ ରହିଛନ୍ତି । ତେବେ ତାଙ୍କୁ ଫେସବୁକରେ 1କୋଟି 69 ଲକ୍ଷ ମିଲିୟନ ଲାଇକ୍ସ ମିଳିଛି ।
ନଂ4-ଜେୟର ବୋଲ୍ସନାରୋ
ବ୍ରାଜିଲର ପ୍ରଧାନମନ୍ତ୍ରୀ ଜେୟର ବୋଲ୍ସନାରୋ ଏହି ରେସରେ ଚତୁର୍ଥ ନଂରେ ଅଛନ୍ତି । ତାଙ୍କ ଫେସବୁକ୍ ପେଜକୁ 14 କୋଟି ପାଞ୍ଚ ଲକ୍ଷ ଲାଇକ୍ସ ମିଳିଛି ।

ABOUT THE AUTHOR

...view details