ଓଡିଶା

odisha

ETV Bharat / bharat

ମୋଦିଙ୍କ ରାଲିରେ ପ୍ଲାଷ୍ଟିକକୁ ନା, ମାଠିଆ ପାଣି ପିଇଲେ ଲୋକେ - ମୋଦିଙ୍କ ରାଲିରେ ମାଠିଆର ପାଣି ବଣ୍ଟନ

ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୋଜିତ ନିର୍ବାଚନୀ ରାଲିରେ ପ୍ଲାଷ୍ଟିକ ବଦଳରେ ବ୍ୟବହାର କରୁଛନ୍ତି ମାଠିଆ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 14, 2019, 9:43 PM IST

ଚଣ୍ଡିଗଡ: ହରିୟାଣାରେ ଆସନ୍ତା 21ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପୁରା ଶକ୍ତି ଲଗାଇଦେଇଛି । ଏହି ପ୍ରରୀପେକ୍ଷୀରେ ବିଜେପିର 75 ପ୍ଲସ ନାରାକୁ ସଫଳ କରିବା ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ମୋଦି । ସୋମବାର ଫରିଦାବାଦରେ ପ୍ରତ୍ୟାଶାୟୀଙ୍କ ସମର୍ଥନ ପାଇଁ ବିଜେପି ପକ୍ଷରୁ ଆୟୋଜିତ ରାଲିରେ ଯୋଗଦେବେ ଦଳର 'ମହାରଥୀ' ନରେନ୍ଦ୍ର ମୋଦି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ସାଧାରଣତଃ ରାଲି ଗୁଡିକରେ ପାଣି ପିଇବା ନେଇ ପ୍ଲାଷ୍ଟିକର ବ୍ୟବହାର ହୋଇଥାଏ । କିନ୍ତୁ ସ୍ବଚ୍ଛ ଭାରତର ଅଭିଯାନକୁ ସଫଳତା କରିବା ଦିଗରେ ଆୟୋଜିତ ରାଲି ଇକୋ ଫ୍ରେଣ୍ଡଲି କରାଯିବ । ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସମସ୍ତେ ମାଠିଆର ପାଣି ପିଇବାର ବନ୍ଦୋବସ୍ତ କରାଯାଇଛି ।

ଏହାପୂର୍ବରୁ ପିଏମ ମୋଦି ସେପ୍ଟେମ୍ବର 8ରେ ହରିୟାଣାର ରୋହତକରେ ଇକୋ ଫ୍ରେଣ୍ଡଲି ରାଲି କରିଥିଲେ । ଏହି ରାଲିରେ ପ୍ଲାଷ୍ଟିକ ପତାକା ବଦଳରେ କପଡାର ପତାକା ଥିଲା । ପେଣ୍ଡାଲରେ 40 ରୁ 50 ପାଣି ଭର୍ତ୍ତି ମାଠିଆ ରଖାଯାଇଥିଲା । ଯାହାଦ୍ବାରା ଲୋକେ ମାଠିଆ ପାଣି ପିଇପାରିବେ ।

ଗତ ଦିନମାନଙ୍କରେ ମୋଦି ବିଶ୍ବ ସ୍ତରରେ ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ସହ ଏହା ବିରୋଦ୍ଧରେ ଅଭିଯାନ ଜାରି ରଖିଥିଲେ । ସରକାର 2022 ଭିତରେ ଦେଶକୁ ସିଙ୍ଗଲ ୟ୍ୟୁଜ ପ୍ଲାଷ୍ଟିକ ମୁକ୍ତ କରିବାର ଲକ୍ଷ୍ୟ ରଖିଛନ୍ତି ।

ABOUT THE AUTHOR

...view details