ଓଡିଶା

odisha

ETV Bharat / bharat

ମାଇକ୍ରୋଫାଇନାନ୍ସକୁ ମୋଦିଙ୍କ ସହ ଯୋଡିଲେ ମମତା - groundଟ

ପଶ୍ମିମବଙ୍ଗରେ ମୋଦିଙ୍କ ପ୍ରଚାରକୁ ନେଇ ପ୍ରଶ୍ନ ଉଠାଇଲେ ମମତା । ଚିଟଫଣ୍ଡ ଲିଙ୍କ ଥିବା ମାଇକ୍ରୋଫାଇନାନ୍ସ କମ୍ପାନୀ ସହ ମୋଦିଙ୍କ କାରବାର ଥିବା ନେଇ ମମତା ଆଣିଲେ ଅଭିଯୋଗ ।

ଫାଇଲ ଫଟୋ

By

Published : May 17, 2019, 9:54 AM IST

ମଥୁରାପୁର: ପଶ୍ମିମବଙ୍ଗରେ ପୁଣି ଉଠିଲା ଚିଟଫଣ୍ଡ ପ୍ରସଙ୍ଗ । ଅବୈଧ ମାଇକ୍ରୋଫାଇନାନ୍ସ କମ୍ପାନୀ ସହ ମୋଦିଙ୍କ ନେଣଦେଣ ଥିବା ନେଇ ଅଭିଯୋଗ ଆଣିଲେ ମମତା ବାନାର୍ଜୀ । ଗୁରୁବାର ଅବୈଧ ମାଇକ୍ରୋଫାଇନାନ୍ସର ମାଲିକଙ୍କ ଗ୍ରାଉଣ୍ଡରେ ମୋଦିଙ୍କ ନିର୍ବାଚନ ପ୍ରଚାରକୁ ମମତା ଟାର୍ଗେଟ କରିଛନ୍ତି ।

ସାରଦା ସ୍କାମ ଠାରୁ ରୋଜ ଭ୍ୟାଲି ସ୍କାମ ଭଳି ଚିଟଫଣ୍ଡ କମ୍ପାନୀ ସହ ଦିଦିଙ୍କ ଜଡିତ ଥିବା ନେଇ ବିଜେପି ଟାର୍ଗେଟ କରୁଥିବାବେଳେ ମୋଦିଙ୍କ ଏହି ରାଲି ବହୁତ କିଛି କହୁଛି । ଯାହାକୁ ନେଇ ଅବୈଧ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ତୃଣମୂଳ କଂଗ୍ରେସର ସୁପ୍ରିମୋ ଏକ ମାମଲା ଦାୟର କରିଛନ୍ତି ।

ବିନା କୌଣସି ଲାଇସେନ୍ସରେ କପିଲ ମଣ୍ଡଲା ପଡିଆରେ ମୋଦି କିଭଳି ନିର୍ବାଚନୀ ପ୍ରଚାର କରିଥିଲେ । ଏକ ଅବୈଧ କମ୍ପାନୀ ସହ ଜଡିତ ଥିବା ନିଜେ ମୋଦି କିଭଳି ବିଭିନ୍ନ ସ୍କାମ ନେଇ ତୃଣମୂଳ କଂଗ୍ରେସକୁ ଘେରୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି ।

ବାନାର୍ଜୀଙ୍କ କହିବାନୁଯାୟୀ, ଯେଉଁ ପଡିଆରେ ମୋଦି ନିର୍ବାଚନୀ ପ୍ରଚାର କରୁଥିଲେ ତାହା ଏକ ଅବୈଧ କମ୍ପାନୀ । ଯେଉଁ କମ୍ପାନୀ ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଘୋଟଲା କରିବା ସହ ଏହି ପଡିଆକୁ ମଧ୍ୟ ଅବୈଧ ଭାବେ କିଣିଛି କମ୍ପାନୀ । ଏନେଇ ସମସ୍ତ ପ୍ରମାଣପତ୍ର ତାଙ୍କ ପାଖରେ ଥିବା ନେଇ ମଧ୍ୟ ମମତା ସ୍ପଷ୍ଟ କରିଛନ୍ତି । ଏପରିକି ମାଇକ୍ରୋଫାଇନାନ୍ସ ସହ ମୋଦିଙ୍କ କାରବାର ଚାଲୁଥିବା ନେଇ ମଧ୍ୟ ମମତା ଅଭିଯୋଗ କରିଛନ୍ତି । ସେପଟେ, ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି କମ୍ପାନୀ ।

ABOUT THE AUTHOR

...view details