ଓଡିଶା

odisha

ETV Bharat / bharat

କୋରୋନା ପରୀକ୍ଷା ପାଇଁ ହାଇଦ୍ରାବାଦରେ ଦେଶରେ ପ୍ରଥମ ମୋବାଇଲ୍ ଭାଇରୋଲୋଜି ଲ୍ୟାବ୍ - ହାଇଦ୍ରାବାଦ

ଦେଶର ସର୍ବପ୍ରଥମ ମୋବାଇଲ୍ ଭାଇରୋଲୋଜି ଲ୍ୟାବକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅନଲାଇନ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ସାନଥନଗରର ESIC ଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କିଷାନ ରେଡ୍ଡୀ ଓ ମନ୍ତ୍ରୀ କେ.ଟି ରାମା ରାଓ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

Hyderabad
Hyderabad

By

Published : Apr 23, 2020, 6:45 PM IST

ହାଇଦ୍ରାବାଦ: କୋରୋନା ଲଢେଇ ପାଇଁ ତେଲେଙ୍ଗାନା ସରକାରଙ୍କ ଅଭିନବ ପ୍ରସାୟ । ଦେଶର ସର୍ବପ୍ରଥମ ମୋବାଇଲ୍ ଭାଇରୋଲୋଜି ଲ୍ୟାବକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅନଲାଇନ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ସାନଥନଗରର ESIC ଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କିଷାନ ରେଡ୍ଡୀ ଓ ମନ୍ତ୍ରୀ କେ.ଟି ରାମା ରାଓ ଉପସ୍ଥିତ ଥିଲେ ।

iClean ଏବଂ iSAFE ସହଯୋଗରେ DRDO ଦ୍ବାରା ମୋବାଇଲ୍ ଭାଇରୋଲୋଜି ଲ୍ୟାବକୁ ଡେଭଲପ କରାଯାଇଛି । ଟିକା, କୋରୋନାଭାଇରସ୍ ପରୀକ୍ଷା ଏବଂ ଭାଇରସ ସଂକ୍ରାନ୍ତରେ ପରୀକ୍ଷା ପ୍ରସ୍ତୁତି ଉପରେ ଏହି ଲ୍ୟାବ କାର୍ଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି ଯେ ସରକାର 20 ଦିନରେ 1500 ଶଯ୍ୟା ବିଶିଷ୍ଟ ତେଲେଙ୍ଗାନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଟିଏମ୍ଏସ୍) ପ୍ରତିଷ୍ଠା କରିଛନ୍ତି। ଏହି ଭାଇରସକୁ ରୋକିବା ପାଇଁ ସରକାର ଏକ ତ୍ରିସ୍ତରୀୟ ରଣନୀତି ଅନୁସରଣ କରୁଛନ୍ତି |

ମନ୍ତ୍ରୀ କହିଛନ୍ତି ଯେ କୋରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଆଠଟି ଡାକ୍ତରଖାନା ଗଠନ କରିଛନ୍ତି। ରାଜ୍ୟରେ କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରାଯାଉଥିବା ସେ କହିଛନ୍ତି ଏବଂ କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲୋକଙ୍କୁ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ତେଲେଙ୍ଗାନାରେ 945 କୋରୋନା ସଂକ୍ରମିତ ରିପୋର୍ଟ ରହିଛି । ଏହାସହ 23 କୋରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details