ଲକ୍ଷ୍ମୌ: ଉତ୍ତର ପ୍ରଦେଶର ଅଲିଗଡ ସହରରେ 12 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ । ସିଏଏ ବିରୋଧୀ ଆନ୍ଦୋଳନକୁ ନଜରରେ ରଖି ବନ୍ଦ କରାଯାଇଛି। ଗତ ରବିବାର ବିରୋଧୀ ଆନ୍ଦୋଳନ କରୁଥିବା ସମୟରେ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।
ଥମୁନି ସିଏଏ ବିରୋଧୀ ତାତି । ଦେଶର ବିଭିନ୍ନ ପ୍ରାନ୍ତରେ କରାଯାଉଛି ବିକ୍ଷୋଭ ପ୍ରଦର୍ଶନ । ଉତ୍ତରପ୍ରଦେଶର ଅଲିଗଡ ସହରରେ ଦୀର୍ଘ ଦିନ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ। ଅନ୍ୟପଟେ, ଏହି ଆଇନକୁ ବିରୋଧ କରି ଦିଲ୍ଲୀରେ ହିଂସାକାଣ୍ଡ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ