ଓଡିଶା

odisha

By

Published : Aug 18, 2019, 7:07 PM IST

ETV Bharat / bharat

ଜମ୍ମୁରେ ପୁଣି ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ବ୍ୟାପୁଥିବା ମିଥ୍ୟା ଖବରକୁ ଆଖିରେ ରଖି ରବିବାର ଜମ୍ମୁର ୫ ଜିଲ୍ଲାରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ପୁଣି ଥରେ ରୋକ୍ ଲଗାଯାଇଛି ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ବ୍ୟାପୁଥିବା ମିଥ୍ୟା ଖବରକୁ ଆଖିରେ ରଖି ରବିବାର ଜମ୍ମୁର ୫ ଜିଲ୍ଲାରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ପୁଣି ଥରେ ରୋକ୍ ଲଗାଯାଇଛି । ସେଗୁଡିକ ହେଲା- ଜମ୍ମୁ, ସାମ୍ବା, କଠୁଆ, ଉଧମପୁର ଏବଂ ରିଆୟୀ । ତେବେ ଗୋଟିଏ ଦିନ ପୂର୍ବରୁ ହିଁ ଏଠାରେ 2 ଜି ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଥିଲା । ଗୁଜବ ଖବରରୁ ବଞ୍ଚିବା ଏବଂ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଏଭଳି କରାଯାଇଥିବା ଜଣା ପଡିଛି ।

ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା କେ ବିଜୟଙ୍କ କହିବା ଅନୁଯାୟୀ, ସମସ୍ତ ଇଣ୍ଟରନେଟ ସେବାକୁ ଆଜି ଅପରାହ୍ନରେ ତତ୍କାଳ ରୂପରେ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୁଜବ ଖବରରୁ ବଞ୍ଚିବା ଏବଂ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଏଭଳି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପୂର୍ବରୁ ସେଠାରେ କର୍ଫୁ ଲଗାଯାଇଥିଲା । ଏହା ସହିତ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା। ଏହା ସହିତ 2 ଜି ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଥିଲା ।

ABOUT THE AUTHOR

...view details