ଓଡିଶା

odisha

By

Published : Dec 27, 2019, 10:30 PM IST

ETV Bharat / bharat

145ଦିନ ପରେ କାରଗିଲରେ ଇଣ୍ଟରନେଟ ସେବା ଆରମ୍ଭ

ଦୀର୍ଘ 145 ଦିନର ବ୍ୟବଧାନ ପରେ ଲଦାଖର କାରଗିଲ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଛି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରଠାରୁ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା ।

mobile-internet-service
ଫାଇଲ ଫଟୋ

ଶ୍ରୀନଗର: ଦୀର୍ଘ 145 ଦିନର ବ୍ୟବଧାନ ପରେ ଲଦାଖର କାରଗିଲ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଛି । ଗତ 4 ମାସରେ ମଧ୍ୟରେ ଏଠାରେ କୌଣସି ଅପ୍ରିତିକର ଘଟଣା ଘଟିନଥିବା ସହ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ସାମାନ୍ୟ ରହିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।


ସେପଟେ ଇଣ୍ଟରନେଟ ସେବାକୁ ଭୁଲ ମାର୍ଗରେ ବ୍ୟବହାର ନ କରିବାକୁ ବିଭିନ୍ନ ଧର୍ମର ପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି । ଏହା ପୂର୍ବରୁ କାରଗିଲରେ ବ୍ରଡ୍‌ବ୍ୟାଣ୍ଡ ସେବା ଚାଲୁ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଲଦାଖ ଜମ୍ମୁ-କଶ୍ମୀର ଠାରୁ ଅଲଗା ହୋଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । ଏହାକୁ ନେଇ ହିଂସାତ୍ମକ ପରିସ୍ଥିତି ଓ ଗୁଜବ ପ୍ରଚାର ହେବାର ଆଶଙ୍କା ଥିବାରୁ ସେବେଠାରୁ ଜମ୍ମୁ-କଶ୍ମୀର ସମେତ ଲଦାଖରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା ।

ABOUT THE AUTHOR

...view details