ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ନୂଆଦିଲ୍ଲୀର ସମସ୍ତ 7ଟି ଆସନରେ ଦଳୀୟ ପ୍ରାର୍ଥୀ ଦେବ ନାହିଁ ସମାଜବାଦ ପାର୍ଟି(ଏସପି)। ମାତ୍ର ସେଠାରେ ପ୍ରତିଦ୍ବନ୍ଦିତା କରୁଥିବା ବହୁଜନ ସମାଜ ପାର୍ଟି(ବିଏସପି) ଏବଂ ଆମ ଆଦମୀ ପାର୍ଟି (ଆପ)ର ପ୍ରାର୍ଥଙ୍କୁ ସମର୍ଥନ ଦେବ ଏସପି ।
ଏ ସମ୍ପର୍କରେ ମତ ରଖି ସମାଜବାଦ ପାର୍ଟିର ସାଧାରଣ ସମ୍ପାଦକ ଆରଏସ ଯାଦବ କହିଛନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ବିଏସପି ଏବଂ ଆପକୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ନୂଆଦିଲ୍ଲୀର 5 ଲୋକସଭା ଆସନ ଯଥା ପୂର୍ବଦିଲ୍ଲୀ, ଉତ୍ତରପୂର୍ବ ଦିଲ୍ଲୀ, ପଶ୍ଚିମଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ଚାନ୍ଦିନୀଚୌକ ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବହୁଜନ ସମାଜ ପାର୍ଟିର ପ୍ରାର୍ଥୀଙ୍କୁ ସମର୍ଥନ ଦେବ।
ମିଶନ 2019: ଦିଲ୍ଲୀରେ ବିଏସପି ଏବଂ ଆପକୁ ସମର୍ଥନ ଦେବ ଏସପି - mission 2019
2019 ଲୋକସଭା ନିର୍ବାଚନରେ ନୂଆଦିଲ୍ଲୀର ସମସ୍ତ 7ଟି ଲୋକସଭା ଆସନରେ ବିଏସପି ଏବଂ ଆପକୁ ସମର୍ଥନ କରିବା ନେଇ ଘୋଷଣା କରିଛି ଏସପି
ଡିଜାଇନ ଫଟୋ
ସେହିପରି ନୂଆଦିଲ୍ଲୀ ଏବଂ ଉତ୍ତରପଶ୍ଚିମ ଦିଲ୍ଲୀ ଲୋକସଭା ଆସନରୁ ଲଢୁଥିବା ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିବ । ଉତ୍ତର ପ୍ରଦେଶରେ ସମାଜବାଦ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମଧ୍ୟରେ ମେଣ୍ଟ ହୋଇସାରିଛି । ଅନ୍ୟପଟେ ମଧ୍ୟ ପ୍ରଦେଶରେ ଏସପି, ବିଏସପି ଏବଂ ଗଣ୍ଡୱାନା ଗଣତନ୍ତ୍ର ପାର୍ଟିକୁ ନେଇ ଗଠିତ ମେଣ୍ଟ ନିର୍ବାଚନ ମୈଦାନକୁ ଓହ୍ଲାଇଛି ।