ଓଡିଶା

odisha

ETV Bharat / bharat

ମାନବିକତାର ମୃତ୍ୟୁ: ପ୍ରଥମ ଶ୍ରେଣୀ ଛାତ୍ରୀକୁ 3 ଦଶମ ଶ୍ରେଣୀ ଛାତ୍ରଙ୍କ ଗଣଦୁଷ୍କର୍ମ

ଏକ ସରକାରୀ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀକୁ ସମାନ ସ୍କୁଲର 3 ଜଣ 10ମ ଶ୍ରେଣୀ ଛାତ୍ର ଗଣଦୁଷ୍କର୍ମ କରିଛନ୍ତି । ସୂଚନାନୁସାରେ ଅଗଷ୍ଟ 20ରେ ଏହି ଘଟଣା ଘଟିଛି ଯାହା ଏବେ ସାମନାକୁ ଆସିଛି ।

ମାନବିକତାର ମୃତ୍ୟୁ: ପ୍ରଥମ ଶ୍ରେଣୀ ଛାତ୍ରୀକୁ 3 ଦଶମ ଛାତ୍ରଙ୍କ ଗଣଦୁଷ୍କର୍ମ

By

Published : Aug 23, 2019, 11:49 PM IST

Updated : Aug 24, 2019, 11:54 AM IST

ରାୟପୁର: ଲଜ୍ଜାର ସୀମା ପାର । ମାନବିକତାର ମୃତ୍ୟୁ । ଏହାଠାରୁ ଆଉ ବଡ ଦୁଃଖଦ ଘଟଣା ଆଉ କିଛି ନଥିବ । ଛତିଶଗଡ ରାୟପୁରରେ ଘଟିଛି ଏଭଳି ଏକ ଘଟଣା ଯାହା ସମଗ୍ର ମାନବ ସମାଜ ପ୍ରତି ଲଜ୍ଜା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏକ ସରକାରୀ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀକୁ ସମାନ ସ୍କୁଲର 3 ଜଣ 10ମ ଶ୍ରେଣୀ ଛାତ୍ର ଗଣଦୁଷ୍କର୍ମ କରିଛନ୍ତି । ସୂଚନାନୁସାରେ ଅଗଷ୍ଟ 20ରେ ଏହି ଘଟଣା ଘଟିଛି ଯାହା ଏବେ ସାମନାକୁ ଆସିଛି । ପୀଡିତା ଶିଶୁଟି ମାତ୍ର 6 ବର୍ଷ ବୟସର ବୋଲି ଜଣାପଡିଛି । ଘଟଣା ଘଟିବା ପରେ ପିଲାଟି ନୀରବ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ନିଜ ବାପା ମାଆଙ୍କୁ ଏହି ଘଟଣା ବିଷୟରେ ସେ ଅବଗତ କରିବା ପରେ ଗୁରୁବାର ରାତିରେ ସେମାନେ ଥାନାରେ ମାମଲା ରୁଜୁ କରିଥିଲେ ।

ଏହାପରେ ପୋଲିସ ପୋସ୍କୋ ଆକ୍ଟର ଧାରା 376 ଓ 354 A ଅଧିନରେ ଏକ ମାମଲା ରୁଜୁ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ 3 ନାବାଳକଙ୍କୁ ଗିରଫ କରାଯାଇନାହିଁ । ସୁତ୍ର ଅନୁସାରେ ଘଟଣା ଦିନ 2 ଜଣ ଛାତ୍ର ଝିଅଟିକୁ ସ୍କୁଲ ବାଥରୁମ ନେଇ ତାହା ସହ ଦୁଷ୍କର୍ମ କରିଥିଲେ । ତୃତୀୟ ଜଣକ ବାଥରୁମ ଗେଟ ପାଖରେ ଜଗି ରହିଥିଲା । ତେବେ ଜଣେ ଶିକ୍ଷକ ସେମାନଙ୍କୁ ଦେଖିବା ପରେ ଛାତ୍ରଙ୍କୁ ଗାଳି ଦେଇ ସେଠାରୁ ପଠାଇ ଦେଇଥିଲେ । ଏହାସହ ଝିଅଟିକୁ ପ୍ରଧାନ ଶିକ୍ଷକଙ୍କ ଅଫିସ ନେବା ପରେ ଘରକୁ ପଠାଇଥିଲେ ।

ତେବେ ପୀଡିତାର ଅଭିଭାବକଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ସେମାନେ ସ୍କୁଲରେ ଏହା ବିଷୟରେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାର ଉଦ୍ୟମ କରିଥିଲେ । ନିରାଶ ହେବା ପରେ ସେମାନେ ଶେଷରେ ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ମାମଲା ରୁଜୁ କରି ମେଡିକାଲ ପରୀକ୍ଷା କରି ଦୁଷ୍କର୍ମ ହୋଇଥିବା ପ୍ରମାଣିତ କରିଥିଲା । ଝିଅଟିର ବୟାନ ଶିଶୁ ଉନ୍ନୟନ କମିଟି ଆଗରେ ରେକର୍ଡ କରାଯାଇଛି । ମେଡିକାଲ ରିପୋର୍ଟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

Last Updated : Aug 24, 2019, 11:54 AM IST

ABOUT THE AUTHOR

...view details