ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି ଲଜ୍ଜା ! ରାଜ୍ୟର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଜଣେ ନାବାଳିକକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏକଲା ଦିଆଯାଇଛି। ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି।
ତେଲେଙ୍ଗାନାରେ ପୁଣି ଲଜ୍ଜା! - minor girl gangrape
ତେଲେଙ୍ଗାନାରେ ପୁଣି ଲଜ୍ଜା ! ରାଜ୍ୟର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଜଣେ ନାବାଳିକକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଏକ କାର ଯୋଗେ ନାବାଳିକାଙ୍କୁ ଅମିନପୁର ଅଞ୍ଚଳକୁ ନିଆଯାଇ ସେଠାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସାଙ୍ଗାରେଡ୍ଡୀ ଏସପି କହିଛନ୍ତି ଯେ, ଡାକ୍ତରୀମାଇନା ରିପୋର୍ଟରେ ଗଣଦୁଷ୍କର୍ମ କରା ଯାଇଥିବାର କୈଣସି ପ୍ରମାଣ ନାହିଁ। ହେଲେ ପୋଲିସ ଏ ଘଟଣାରେ ପୀଡିତାଙ୍କୁ ପଚରାଉଚରା କରୁଛି।
ପୀଡିତାଙ୍କ କହିବା ଅନୁସାରେ, ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ ହୋଇଥିଲା। ହେଲେ, କିଛି ସ୍ଥାନୀୟ ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୋକ୍ସ ଆଇନରେ ମାମଲା ରୁଜୁ କରିବା ସହ ପୋଲିସ ଏ ଘଟଣାର ତଦନ୍ତ କରୁଛି।