ସିମଲା: ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ଚମ୍ବା ଠାରେ ଆୟୋଜିତ ହୋଇଯାଇଛି ଐତିହାସିକ ‘ମିଞ୍ଜର ମେଳା’ । ଗତ ରବିବାର ଠାରୁ ଏହା ଆରମ୍ଭ ହୋଇଯାଇଛି । ପ୍ରଭୁ ରଘୁବୀରଙ୍କୁ ମିଞ୍ଜର ଅର୍ପଣ କରାଯିବା ପରେ ଏହି ମେଳା ଆରମ୍ଭ ହୋଇଥିଲା । ମେଳାରେ ହିମାଚଛ ପ୍ରଦେଶ ବିଧାନସଭାର ଉପବାଚସ୍ପତି ହଂସରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ପୂର୍ବନଗର ପରିଷଦ କାର୍ଯ୍ୟାଳୟ ଚମ୍ବାରୁ ମିଞ୍ଜର ଶୋଭାଯାତ୍ରା ବାହାରିଥିଲା । ଏଥିରେ ନଗର ପରିଷଦର ପଦାଧିକାରୀଙ୍କ ସମେତ ଉପାୟୁକ୍ତ ଚମ୍ବା ଓ ସଦର ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ । ଐତିହାସିକ ଚୌଗାନରେ ଧ୍ବଜାବତରଣ ବିଧି ସମ୍ପର୍ଣ୍ଣ କରାଯାଇଥିଲା । ‘ମିଞ୍ଜର ମେଳା’ ହିନ୍ଦୁ-ମୁସଲିମ ଭାଇଚାରାର ପ୍ରତୀକ ଅଟେ । ପୁରୁଣା ପରମ୍ପରା ହିସାବରେ ଚଳିତ ଥର ମଧ୍ୟ ମିର୍ଜା ପରିବାର ସଦସ୍ୟ ମିଞ୍ଜର ପ୍ରସ୍ତୁତ କରିଥିଲେ । ପରିବାରର ସବୁଠୁ ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ ଏହି ମିଞ୍ଜରକୁ ଭଗବାନ ରଘୁବୀରଙ୍କୁ ଅର୍ପଣ କରାଯାଇଥାଏ ।
ମିର୍ଜା ପରିବାର ଜଣେ ସଦସ୍ୟଙ୍କ କହିବାନୂଯାୟୀ, ଏହି ପରମ୍ପରା ରାଜା ମହାରାଜାଙ୍କ ଅମଳରୁ ଚାଲିଆସୁଛି । ଏହା 400 ବର୍ଷ ପୂରୁଣା ପରମ୍ପରା । ଯାହାକୁ ଆଜି ମଧ୍ୟ ଚମ୍ବାର ଅଧିବାସୀ ବଡ ଧୂମଧାମର ସହ ପାଳନ କରିନ୍ତି । ରାଜ୍ୟ ବିଧାନସଭାର ଉପବାଚସ୍ପତି କହିଛନ୍ତି ଯେ, ଏହି ପରମ୍ପରା ଅତି ପୂରୁଣା। ଏହାକୁ ହିନ୍ଦୁ-ମସୁଲମାନ ମିଶି ପାଳନ କରୁଛନ୍ତି । ଏହି ମେଳା କେବଳ ରାଜ୍ୟରେ ସାରା ଦେଶରେ ମଧ୍ୟ ଏହା ପ୍ରସିଦ୍ଧ ଲାଭ କରିଛି।
କ'ଣ ଏହି ମିଞ୍ଜର ମେଳା
ଏହି ମେଳାର ମହତ୍ତ୍ବ ହେଉଛି ରେଶମ ଡୋରରେ ମୋତିକୁ ଗୁନ୍ଥାଯାଇ ଏକ ହାର ତିଆରି କରାଯାଏ ଯାହାକୁ ମିଞ୍ଜର ବୋଲି କୁହାଯାଇଥାଏ । ତିଆରି ହୋଇଥିବା ଏହି ମିଞ୍ଜରକୁ ମୁସଲିମ ପରିବାର ପ୍ରସ୍ତୁତ କରିଥାନ୍ତି । ଆଉ ଏହାକୁ ଲକ୍ଷ୍ମୀ-ନାରାୟଣ ମନ୍ଦିରରେ ଅର୍ପଣ ହୋଇଥାଏ ।