ଓଡିଶା

odisha

ETV Bharat / bharat

ପବଜି ସମେତ 118 ମୋବାଇଲ ଆପ୍‌ ବ୍ୟାନ କଲେ ସରକାର - Ministry of Information & Technology

ପବଜି ସମେତ 118 ମୋବାଇଲ ଆପ୍‌ ବ୍ୟାନ କଲେ ସରକାର
ପବଜି ସମେତ 118 ମୋବାଇଲ ଆପ୍‌ ବ୍ୟାନ କଲେ ସରକାର

By

Published : Sep 2, 2020, 5:34 PM IST

Updated : Sep 2, 2020, 6:42 PM IST

17:29 September 02

ଆପ୍‌ ବ୍ୟାନ କଲେ ସରକାର

ପବଜି ସମେତ 118 ମୋବାଇଲ ଆପ୍‌ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନରୁ ଜାରି ସୀମା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ପବଜି ସମେତ 118ଟି ମୋବାଇଲ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  ।  

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଧାରା 69A ଅନୁଯାୟୀ ଏହି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି।  ଅନେକ ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଏହି ଆପଗୁଡ଼ିକ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି  ବିବୃତ୍ତିରେ କୁହାଯାଇଛି  ।

ସରକାର ନିଷିଦ୍ଧ କରିଥିବା 118 ଟି ମୋବାଇଲ୍ ଆପ୍ ମଧ୍ୟରେ ପବଜି,  APUS ଲଞ୍ଚର୍ ପ୍ରୋ ଥିମ୍, APUS ସିକ୍ୟୁରିଟି-ଆଣ୍ଟିଭାଇରସ୍, APUS ଟର୍ବୋ କ୍ଲିନର୍ 2020, ଶାଓମିର ସେୟାର୍ ସେଭ୍, ଫେସ୍, କଟ୍ କଟ୍, ବାଇଡୁ, କ୍ୟାମକାର୍ଡ ଅନ୍ତର୍ଭୁକ୍ତ ।  ଏହା ବ୍ୟତୀତ ୱିଚାଟ ରିଡିଂ, ପିଟୁ, ଇନ୍ ନୋଟ୍, ସ୍ମଲ କୃ ବ୍ରଶ୍, ସାଇବର ହଣ୍ଟର୍, ଲାଇଫ୍ ଆଫ୍ଟର ଆଦି ଆପ୍ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି ।  

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଜାରି  ବିବୃତ୍ତିରେ ଏହି ମୋବାଇଲ୍ ଆପଗୁଡ଼ିକ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା ତଥା ଜନସାଧାରଣଙ୍କ ପାଇଁ ବିପଦ ଥିଲା ବୋଲି କୁହାଯାଇଛି । ମନ୍ତ୍ରଣାଳୟ କହିଛି ଯେ,  ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଅନେକ ମୋବାଇଲ୍ ଆପ୍ ଅଛି ଯାହା ବ୍ୟବହାରକାରୀଙ୍କ ସୂଚନା ଚୋରି କରୁଛି ।  ଏହି ଆପ୍‌ସ ବ୍ୟବହାରକାରୀଙ୍କ ସୂଚନା ଏବଂ ତଥ୍ୟ ଚୋରି କରୁଛି ଏବଂ ତାକୁ ବେଆଇନ ଭାବରେ ଭାରତ ବାହାରେ ପଠାଉଛି।  ଏହି ତଥ୍ୟ ଚୋରି ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ବିପଦ ବୋଲି ସରକାର କହିଛନ୍ତି । ତେବେ ଡାଟା ଚୋରି ଏକ ଚିନ୍ତାର ବିଷୟ ଏବଂ ଏଥିପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।  

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଟିକ୍‌ଟକ୍‌ ସମେତ ଅନେକ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଜୁନ ଶେଷରେ କେନ୍ଦ୍ର ସରକାର ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌, ହେଲୋ ସମେତ 59 ଚୀନ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ଜୁଲାଇ ଶେଷରେ 47 ଅନ୍ୟ ଚୀନ ଆପ୍‌ ଉପରେ କଟକଣା ଜାରି କରିଥିଲେ ।  

Last Updated : Sep 2, 2020, 6:42 PM IST

ABOUT THE AUTHOR

...view details