ଓଡିଶା

odisha

ETV Bharat / bharat

ସୁରକ୍ଷା ଚିନ୍ତାରେ ସରକାର, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲା ପ୍ରତିରକ୍ଷା ମନ୍ତ୍ରାଳୟ - ରାଫେଲ ମାମଲା

ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ରାଫେଲକୁ ନେଇ ସୁପ୍ରିମକୋର୍ଟରେ ଦାଏର ହେଲା ହଲଫନାମା । ଲିକ ହୋଇଥିବା ରାଫେଲ ଦସ୍ତାବିଜ ସାର୍ବଜନୀନ ହେଲେ ଦେଶର ସୁରକ୍ଷା ଓ ପ୍ରତିରକ୍ଷା ଉପରେ ପ୍ରଭାବ ପକାଇବ ବୋଲି ଏହି ଯାଚିକାରେ କୁହାଯାଇଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 13, 2019, 11:43 PM IST

ନୂଆଦିଲ୍ଲୀ: ପୁଣିଥରେ ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ ମାମଲା । ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ରାଫେଲକୁ ନେଇ ସୁପ୍ରିମକୋର୍ଟରେ ଦାଏର ହେଲା ହଲଫନାମା । ଲିକ ହୋଇଥିବା ରାଫେଲ ଦସ୍ତାବିଜ ସାର୍ବଜନୀନ ହେଲେ ଦେଶର ସୁରକ୍ଷା ଓ ପ୍ରତିରକ୍ଷା ଉପରେ ପ୍ରଭାବ ପକାଇବ ବୋଲି ଏହି ଯାଚିକାରେ କୁହାଯାଇଛି ।

ଯେଉଁମାନେ ରାଫେଲ ଦସ୍ତାବିଜର ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରି ଅପରାଧ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସରକାର ଏହି ଯାଚିକାରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ରାଫେଲ ଡିଲ ବିରୁଦ୍ଧରେ ଆବେଦନ କରାଯାଇଥିବା ପୁନଃର୍ବିଚାର ଯାଚିକାର ଶୁଣାଣି କରୁଛନ୍ତି ସୁପ୍ରିମ୍‌କୋର୍ଟ । ଗତ ଶୁଣାଣିରେ ଆବେଦନକାରୀ ପ୍ରଶାନ୍ତ ଭୂଷଣ ରାଫେଲ ସହ ଜଡିତ ଏକ ଦସ୍ତାବିଜ କୋର୍ଟରେ ଦାୟର କରିଥିଲେ, ଯାହାକି ଦ ହିନ୍ଦୁ ଖବର କାଗଜରେ ପ୍ରକାଶ ପାଇଥିଲା । କିନ୍ତୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ଏଥିରେ ଆପତ୍ତି ଦର୍ଶାଇଥିଲେ । ରାଫେଲ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜର ନକଲ କରାଯାଇଥିବା ସେ କହିଥିଲେ ।

ABOUT THE AUTHOR

...view details