ପାଟନା: ବିହାରର ମୁଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପଛପଟେ ମଣିଷ ଅସ୍ଥି ବା କଙ୍କାଳ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ଚୌଧୁରୀ । ଗଣମାଧ୍ୟମ ଏହି ଘଟଣାକୁ ଭୁଲ ରୂପରେ ଉପସ୍ଥାପନା କରୁଥିବା ସେ କହିଛନ୍ତି ।
ହସ୍ପିଟାଲ ପଛରୁ ନରକଙ୍କାଳ ମିଳିବା ଘଟଣା, ସ୍ପଷ୍ଟୀକରଣ ଦେଲେ ମନ୍ତ୍ରୀ - minister
ଶ୍ରୀକିଷ୍ଣା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପଛପଟେ ମଣିଷ କଙ୍କାଳ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ଚୌଧୁରୀ । ଗଣମାଧ୍ୟମ ଏହି ଘଟଣାକୁ ଭୁଲ ରୂପରେ ଉପସ୍ଥାପନା କରୁଥିବା ସେ କହିଛନ୍ତି ।
ବେଳେ ବେଳେ କେତେକ ମୃତଦେହର କୌଣସି ଦାବିଦାର ନ ଥାଆନ୍ତି । ସେ ମୃତଦେହ ଗୁଡ଼ିକୁ ପୋଡ଼ି ଦେବା ପାଇଁ ସରକାର ବ୍ୟବଚ୍ଛେଦ ବିଭାଗକୁ ୨ ହଜାର ଟଙ୍କା ଦିଅନ୍ତି । କିନ୍ତୁ ଅନେକ ସମୟରେ ସେମାନେ ମୃତଦେହ ପୋଡ଼ିବା ବଦଳରେ ପୋତି ଦିଅନ୍ତି ବୋଲି ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି । ମଣିଷ ଅସ୍ଥି ମିଳିବା ଘଟଣାରେ ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଶନିବାର ହସ୍ପିଟାଲ ପଛପଟ ଜଙ୍ଗଲରେ 100 ଟି ମଣିଷ ଅସ୍ଥି ଏବଂ ଅଧା ଜଳିଯାଇଥିବା ମୃତଦେହ ମିଳିଥିଲା । ତେବେ ଗୋଟିଏ ପଟେ ଚମକି ଜ୍ବରରେ ପୀଡିତ ହୋଇ ସେହି ହସ୍ପିଟାଲରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା 100 ଟପିଥିବା ବେଳେ ଏହି ସମୟରେ ମଣିଷ ଅସ୍ଥି ମିଳିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଯାହାକୁ ନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ।