ଓଡିଶା

odisha

ETV Bharat / bharat

ପେନସିଲ ମୁନରେ ମୋଦିଙ୍କୁ ଶୁଭେଚ୍ଛା

ଭିନ୍ନ ଢଙ୍ଗରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏଲ.ଇଶ୍ବର ରାଓ । କାଚ ବୋତଲ ଏବଂ ପେନସିଲ ମୁନରେ ଜଣାଇଲେ ଅଭିନନ୍ଦନ ।

By

Published : May 26, 2019, 8:43 PM IST

ଫଟୋ ସୌଜନ୍ୟ : ଏଏନଆଇ

ଭୁବନେଶ୍ବର: ମୋଦିଙ୍କ ବିଜୟରେ ପ୍ରଂଶସକ ଓ ସମର୍ଥକ ପାଳୁଛନ୍ତି ବିଜୟ ଉତ୍ସବ । ଦେଶ ତଥା ଦେଶ ବାହାରୁ ମଧ୍ୟ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ସମୟରେ ମୋଦିଙ୍କ ବିଜୟ ପାଇଁ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି ଖୋର୍ଦ୍ଧା ଜଟଣୀର ଶିଳ୍ପୀ ଏଲ.ଈଶ୍ବର ରାଓ । ବୋତଲ ଭିତରେ ରହିଛି ମୋଦିଙ୍କର ଏକ ଛୋଟିଆ ଫଟୋ, ଯେଉଁଥିରେ congratulations ବୋଲି ଲେଖାରହିଛି । କେବଳ ଏତିକି ନୁହେଁ ସେ ପେନସିଲ ମୁନରେ ବନାଇଛନ୍ତି ମୋଦିଙ୍କ ଫଟୋ ।

ମୋଦିଙ୍କର ବିଜୟ ଉଦ୍ଦେଶ୍ୟରେ ମୁଁ ଏହି ଆର୍ଟ କରିଥିବା କହିଛନ୍ତି ଈଶ୍ବର । କିଛି କୁନି କୁନି ପଥରକୁ ଏକାଠି କରି ସେ ପ୍ରଥମେ ଏକ ଫଟୋ ଫ୍ରେମ ବନାଇଥିଲେ । ଏଥିରେ ମୋଦିଙ୍କ ଏକ ଫଟୋ ଚିତ୍ର ଲଗାଇଛନ୍ତି । ଏହାକୁ କାଚ ବୋତଲରେ ଫିଟ କରିଛନ୍ତି ।

ଅନ୍ୟପଟେ ପେନସିଲ ମୁନରେ ମୋଦିଙ୍କ ଫଟୋଚିତ୍ର ବନାଇବା କଷ୍ଟକର ଥିଲା । ଏହାକୁ ବନାଇବା ପାଇଁ ପାଖାପାଖି 2 ଦିନ ଲାଗିଥିଲା । ଟିକିଏ ଭୁଲ ହୋଇଥିଲେ ପୂରା ଆର୍ଟ ବିଗିଡିଯାଇଥାନ୍ତା, ତେଣୁ ଧୈର୍ଯ୍ୟର ସହ ଏହାକୁ ଶେଷ କରିଥିବା କୁହନ୍ତି ଈଶ୍ବର ରାଓ । ଏହି ଆର୍ଟରେ ଶୁଭେଚ୍ଛା ସହ ତାଙ୍କ ଭଳି ଶିଳ୍ପୀଙ୍କୁ ଆଗକୁ ନେବାକୁ ସହଯୋଗ କରିବାକୁ ସରକାରଙ୍କୁ କହିଛନ୍ତି ସେ ।

For All Latest Updates

ABOUT THE AUTHOR

...view details