ଓଡିଶା

odisha

ETV Bharat / bharat

ଯନ୍ତ୍ରଣା ନୁହେଁ ଏ ଜୀବନ ଯୁଦ୍ଧ, ବଳଦ ସାଜି ବଳଦଗାଡି ଟାଣି ଗାଁ ମୁହାଁ ଶ୍ରମିକ - ଇନ୍ଦୋର

ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି | ଗୋଟିଏ ପଟେ ବଳଦ ଅନ୍ୟପଟେ ମଣିଷ । ଗାଁ ମୁହାଁ ମଣିଷକୁ ବଳଦ ସାଜିବାକୁ ପଡିଛି । ବଳଦଗାଡିରେ ବଳଦ ପରି ପରିବାର ଗାଡିକୁ ଟାଣି ନେଉଛି ଶ୍ରମିକ ଜଣକ । ସମସ୍ତେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ମହୁ ଅଞ୍ଚଳରୁ ପତ୍ଥର ମୁଣ୍ଡଲ ଗ୍ରାମ ଅଭିମୁଖେ ଯାତ୍ରା କରୁଛନ୍ତି ।

ପ୍ରବାସୀ ଦୁଃଖ: ବଳଦ ସାଜି ବଳଦଗାଡି ଟାଣି ଗାଁ ମୁହାଁ ଶ୍ରମିକ
ପ୍ରବାସୀ ଦୁଃଖ: ବଳଦ ସାଜି ବଳଦଗାଡି ଟାଣି ଗାଁ ମୁହାଁ ଶ୍ରମିକ

By

Published : May 13, 2020, 6:04 PM IST

ଇନ୍ଦୋର: ଏହାକୁ ଯନ୍ତ୍ରଣା କୁହାଯାଇନପାରେ । ଏହାକୁ ବଞ୍ଚିବା ପାଇଁ ସଘଂର୍ଷ, ଜୀବନ ପାଇଁ ଯୁଦ୍ଧ କୁହାଯାଇପାରେ । କୋରୋନାର କରୁଣ କାହାଣୀ ଭିତରୁ ଏହା ମଧ୍ୟ ଏକ ହୃଦୟବିଦାରକ କାହାଣୀ । ଲକଡାଉନରେ ଲହୁଲୁହାଣ ଶ୍ରମିକର ଅକୁହା ବ୍ୟଥା, ବେଦନାର ଚିତ୍ର ଦେଖିନଥିଲେ ଦେଖନ୍ତୁ । ଶ୍ରମିକ ଟିଏ ବଳଦ ସାଜି ପରିବାର ଗାଡିକୁ ଟାଣ ଖରାରେ ଟାଣି ନେଉଛି । ମର୍ମଭେଦି ଏହି ଦୃଶ୍ୟ ଆସିଛି ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ମହୁ ଅଞ୍ଚଳରୁ ।

ପ୍ରବାସୀ ଦୁଃଖ: ବଳଦ ସାଜି ବଳଦଗାଡି ଟାଣି ଗାଁ ମୁହାଁ ଶ୍ରମିକ

ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି | ଗୋଟିଏ ପଟେ ବଳଦ ଅନ୍ୟପଟେ ମଣିଷ । ଗାଁ ମୁହାଁ ମଣିଷକୁ ବଳଦ ସାଜିବାକୁ ପଡିଛି । ବଳଦଗାଡିରେ ବଳଦ ପରି ପରିବାର ଗାଡିକୁ ଟାଣି ନେଉଛି ଶ୍ରମିକ ଜଣକ । ସମସ୍ତେ ମହୁ ଅଞ୍ଚଳରୁ ପତ୍ଥର ମୁଣ୍ଡଲ ଗ୍ରାମ ଅଭିମୁଖେ ଯାତ୍ରା କରୁଛନ୍ତି ।

ବଳଦ ଗାଡି ଟାଣୁଥିବା ବ୍ୟକ୍ତି ଜଣଙ୍କ ନାମ ରାହୁଲ ବୋଲି କୁହାଯାଉଛି । ସେ ତାଙ୍କ ପରିବାର ସହିତ ମହୁରେ ରହୁଥିଲେ ଏବଂ ରୋଜଗାର କରୁଥିଲେ, କିନ୍ତୁ କୋରୋନା ମହାମାରୀ ହେତୁ ସମସ୍ତ ବ୍ୟବସାୟ କାମ ବନ୍ଦ କରିଦେଲା । ଫଳରେ ତାଙ୍କୁ ଗାଁକୁ ଫେରିବାକୁ ପଡୁଛି ବୋଲି କହିଛନ୍ତି ।

ଫଟୋରେ ଗୋଟିଏ ବଳଦ ଥିବାବେଳେ ସେଥିରେ ପରିବାରରେ ସମୁଦାୟ ତିନିଜଣ ସଦସ୍ୟ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଅଟନ୍ତି | ଉଭୟେ ପର୍ଯ୍ୟାୟ କ୍ରମେ ବଳଦ ଭୂମିକା କରିଥାନ୍ତି । ଯେତେବେଳେ ଦୁହେଁ କ୍ଳାନ୍ତ ହୁଅନ୍ତି, ମହିଳା ମଧ୍ୟ ବଳଦର ଭୂମିକା ଗ୍ରହଣ କରିବା ଆରମ୍ଭ କରନ୍ତି |

@ IANS

ABOUT THE AUTHOR

...view details