ମୁମ୍ବାଇ: ମହାରାଷ୍ଟ୍ର ସେଲ୍ଟର ହୋମରେ ରହୁଥିବା ଦାଦନ ଶ୍ରମିକଙ୍କ ଆସିଲା ଅଭିଯୋଗ। ସେଲଟର ହୋମରେ ନାହିଁ ବିଦ୍ୟୁତ ସେବା କି ନାହିଁ ଟଏଲେଟ । ଫଳରେ ମହିଳାମାନେ ଏଠାରେ ରହିବା ସୁରକ୍ଷିତ ମଣୁନାହାଁନ୍ତି । ଛୋଟ ପିଲାଙ୍କୁ ଧରିଲ ରହିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି ।
କେବଳ ଏତିକିରେ ସରିନି ଏମାନଙ୍କ ଦୁଃଖ ସେଲ୍ଟର ହୋମରେ ଦିଆଯାଉଥିବା ଖାଦ୍ୟ ଏମାନଙ୍କୁ ଅଳିଆ ଗଦା ନିକଟରେ ବସି ଖାଇବାକୁ ପଡୁଛି । ଯାହା ଦ୍ବାରା ଅଧିକ ରୋଗ ହେବା ନେଇ ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ ମାନେ ।