ଓଡିଶା

odisha

ETV Bharat / bharat

ସ୍ବତନ୍ତ୍ର ଟ୍ରେନରେ ମୃତଦେହ ସହ 8 ଘଣ୍ଟା ଯାତ୍ରା କଲେ ଯାତ୍ରୀ

ରାଜସ୍ଥାନରୁ ପଶ୍ଚିମବଙ୍ଗ ଅଭିମୁଖେ ଆସୁଥିବା ଏକ ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପରେ 8 ଘଣ୍ଟା ଧରି ମୃତଦେହ ସହ ଯାତ୍ରା କରିଛନ୍ତି ଯାତ୍ରୀ । COVID-19 କାରଣରୁ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡିଛି ।

ସ୍ବତନ୍ତ୍ର ଟ୍ରେନରେ ମୃତଦେହ ସହ 8 ଘଣ୍ଟା ଯାତ୍ରା କଲେ ଯାତ୍ରୀ
ସ୍ବତନ୍ତ୍ର ଟ୍ରେନରେ ମୃତଦେହ ସହ 8 ଘଣ୍ଟା ଯାତ୍ରା କଲେ ଯାତ୍ରୀ

By

Published : Jun 1, 2020, 10:13 AM IST

କୋଲକାତା: ରାଜସ୍ଥାନରୁ ପଶ୍ଚିମବଙ୍ଗ ଅଭିମୁଖେ ଆସୁଥିବା ଏକ ସ୍ବତନ୍ତ୍ର ଟ୍ରେନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟ୍ରେନରେ ଜଣେ 50 ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । COVID-19 କାରଣରୁ ମୃତ୍ୟୁ ହୋଇଥିବା ଲୋକେ ସନ୍ଦେହ କରିଥିଲେ । ଏହାପରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ପରେ ସେହି ମୃତଦେହ ସହ ଯାତ୍ରୀମାନେ 8 ଘଣ୍ଟା ଧରି ଯାତ୍ରା କରିଥିବା ଜଣାପଡିଛି ।

ମାଲଦା ଜିଲ୍ଲାର ହରିଚନ୍ଦନପୁରରୁ ଆସିଥିବା ବୁଦ୍ଧ ପ୍ୟାରୀ ରାଜସ୍ଥାନର ବିକାନେରର ଏକ ହୋଟେଲରେ କାମ କରୁଥିଲେ। ତାଙ୍କ ଭାଉଜ ସାରାଜୁ ଦାସ ମଧ୍ୟ ତାଙ୍କ ସହ ସମାନ ହୋଟେଲରେ ଦୀର୍ଘ 20 ବର୍ଷ ଧରି କାମ କରୁଥିଲେ । ହେଲେ ଲକଡାଉନ ହେତୁ ସେଠାରେ ଚାକିରି ହରାଇ ଭିଟ୍ଟାମାଟିକୁ ଫେରିବାକୁ ଯେତେ ଚେଷ୍ଟା କରୁଥିଲେ ବି ଟଙ୍କା ଅଭାବ ରୁ ବିଫଳ ହେଉଥିଲେ ।

ଶେଷରେ ମେ 29 ସକାଳେ ସେ ଟ୍ରେନରେ ଆସିଥିଲେ । ହେଲେ ଶନିବାର ପ୍ରାୟ ରାତି 10 ଟାରେ ଉତ୍ତରପ୍ରଦେଶର ମୁଗଲସରାଇ ନିକଟରେ ଟ୍ରେନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ସେହି କୋଚରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଲୋକେ ସନ୍ଦେହ କରୁଥିଲେ ଯେ COVID-19 କାରଣରୁ ପ୍ୟାରୀହରଙ୍କର ମୃତ୍ୟୁ ହୋଇଥାଇପାରେ ଏବଂ ସହ-ଯାତ୍ରୀମାନେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

ରବିବାର ପୂର୍ବାହ୍ନରେ ଷ୍ଟେସନରେ ପହଞ୍ଚିବା ପରେ ରେଳ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ବୋଲି ପୂର୍ବ ରେଳ ଅଧିକାରୀ କହିଛନ୍ତି। ଏହାପରେ ମୃତଦେହକୁ ସରକାରୀ ରେଳ ପୋଲିସ (GRP) କୁ ହସ୍ତାନ୍ତର କରାଯାଇଥିଲା।

ରେଳ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ଭାଉଜ ଏକ ଲିଖିତ ବିବୃତ୍ତିରେ କହିଛନ୍ତି ଯେ ପ୍ୟାରୀ ଯକ୍ଷ୍ମା ରୋଗରେ ପୀଡିତ ଥିଲେ ଏବଂ ଯାତ୍ରା ସମୟରେ ସେ ଅସୁସ୍ଥ ଅନୁଭବ କରୁଥିବା ବେଳେ ତାଙ୍କୁ ଔଷଧ ଦେଇଥିଲେ। କିନ୍ତୁ ପାରିହାର ବଞ୍ଚି ପାରିଲେ ନାହିଁ । ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମାଲଦା ମେଡିକାଲ କଲେଜକୁ ପଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details