ଓଡିଶା

odisha

ETV Bharat / bharat

ଏଆଇଏଫ କର୍ମଚାରୀଙ୍କ ଭୁଲ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏମଆଇ-୧୭ ! - srinagar

ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରର ତଦନ୍ତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି  । ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ରେ ଉପସ୍ଥିତ ବାୟୁସେନାର ଜଣେ କର୍ମଚାରୀଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି  ।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Jul 8, 2019, 10:16 PM IST

ନୂଆଦିଲ୍ଲୀ: ବାଲକୋଟ ଏୟାର ଷ୍ଟ୍ରାଇକ ପରେ ୨୭ ଫେବୃଆରୀରେ ଦୁର୍ଘଟଣାର ଶିକାର ହୋଇଥିବା ଏମଆଇ-୧୭ ହେଲିକପ୍ଟରରକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ରେ ଉପସ୍ଥିତ ବାୟୁସେନାର ଜଣେ କର୍ମଚାରୀଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏୟାର ଫୋର୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଏଟିସି ଟାୱାରରେ ଉପସ୍ଥିତ କର୍ମଚାରୀଙ୍କ ମଧ୍ୟରୁ ଜଣେ ପ୍ରଥମେ ଏମଆଇ-୧୭ ହେଲିକପ୍ଟରକୁ ଶ୍ରୀନଗର ବେସକୁ ଫେରିବାକୁ ଗ୍ରୀନ ସିଗନାଲ ଦେଇଥିଲେ । କିନ୍ତୁ ଏନେଇ ସେ ଏୟାର ଡିଫେନ୍ସ ୟୁନିଟକୁ କୌଣସି ସୂଚନା ଦେଇନଥିଲେ । ଏୟାର ବେସରେ କୌଣସି ବିମାନ ଲ୍ୟାଣ୍ଡ କରିବ ନାହିଁ ବୋଲି ସେ ଏୟାର ଡିଫେନ୍ସ ୟୁନିଟକୁ କହିଥିଲେ ।

ତେବେ ଦୁର୍ଘଟଣାର ପ୍ରଥମ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପୁରା ହୋଇଥିବା ବେଳେ ଅଧିକ ସାକ୍ଷୀଙ୍କୁ ପଚାରା ଉଚାରା କରିବା ପାଇଁ ଟ୍ରାଏଲର ସାମ୍ନା କରୁଥିବା ଅଧିକାରୀ ଦାବି କରିଥିଲେ । ତେଣୁ ଏହି ମାମଲାର ତଦନ୍ତ ପୁଣିଥରେ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ଭାରତୀୟ ବାୟୁସେନାର ଏମଆଇ-୧୭ ଭି-୫ ହେଲିକପ୍ଟରଟି ଫେବୃଆରୀ ୨୭ ରେ ଅର୍ଥାତ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରଦିନ ଜମ୍ମୁ-କଶ୍ମୀରର ବଡ଼ଗାମ୍‌ରେ ଠାରେ ଧ୍ୱଂସ ହୋଇଯାଇଥିଲା । ଏଥିରେ ୬ ଜଣ ଭାରତୀୟ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାକ୍‌ ପକ୍ଷରୁ ଏହାକୁ ଗୁଳି କରି ଖସାଇ ଦିଆଯାଇଥିବା ଦାବି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ମିଥ୍ୟା ବୋଲି ଜଣାପଡ଼ିଥିଲା । ତେଣୁ ଘଟଣା ପରେ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିଲା।

For All Latest Updates

ABOUT THE AUTHOR

...view details