ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର(DMRC) ଜଣେ କର୍ମଚାରୀ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ସମୟରେ ସେ ଫେସବୁକ ଲାଇଭ କରିଥିଲେ । ମୃତକ ଜଣଙ୍କ ହେଉଛନ୍ତି ପଶ୍ଚମବଙ୍ଗର ଶୁଭଙ୍କର ଚକ୍ରବର୍ତ୍ତୀ ।
ପୋଲିସର ସୂଚନାନୂସାରେ 2 ଦିନ ପୂର୍ବରୁ ଶୁଭଙ୍କରଙ୍କୁ ଦେଖା କରିବା ପାଇଁ ତାଙ୍କ ବାପା ଆସିଥିଲେ । ଆଉ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।
ଫେସବୁକ ଲାଇଭ ସମୟରେ ଶୁଭଙ୍କର ଡିଆରଏମସିର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି । ଏହାସହ ସେ ଏକ କୁଲର ଉପରେ ଚଢି ପଙ୍ଖାରେ ରସି ଲଗାଇ ଥିଲେ। ଏହା ପରେ ସେ ନିଜର ପରିଚୟ ପତ୍ରକୁ 2 ଥର ଚୁମ୍ବନ ଦେଇଥିଲେ। ଗତ ଜୁନରେ ଶୁଭଙ୍କର ଡିଆରଏମସିରେ ବିଦ୍ୟୁତ ବିଭାଗରେ ଚାକିରି ପାଇଥିଲେ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ ଏହା ପରେ ସେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାର ଲାଇଭ ଭିଡିଓ ଶୁଭଙ୍କରଙ୍କ ସାଙ୍ଗ ସୂର୍ଯ୍ୟକାନ୍ତ ଦାସ ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଘର କବାଟ ଭାଙ୍ଗି ତାଙ୍କର ମୃତଦେହକୁ ଜବତ କରିଥିଲା ।
ଶୁଭଙ୍କର ବିବାହିତ ଥିବାବେଳେ ତାଙ୍କ ପତ୍ନୀ ଗାଁରେ ଶାଶୁ ଶଶ୍ବରୁଙ୍କ ପାଖରେ ରୁହନ୍ତି । ଏହି ଖବର ତାଙ୍କ ସ୍ତ୍ରୀ ଆଉ ପରିବାରକୁ ଦିଆଯାଇଥିଲା । ସେମାନେ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।