ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ଦିନରୁ ଜାରି ଚାଷୀ ଆନ୍ଦୋଳନର ଝଡ ଏବେ ସଂସଦରେ ଦେଖିବାକୁ ମିଳିଛି । ପ୍ରବଳ ହଟଗୋଳ ମଧ୍ୟରେ ସଂସଦର ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡୁଛି । ଏହାରି ମଧ୍ୟରେ ସଂସଦରେ ଦେଖାଦେଉଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।
ଉପରାଷ୍ଟ୍ରପତି କହିଛନ୍ତି, ସଂସଦର ସଦସ୍ୟମାନେ ଆଚରଣ ଏବଂ ସମାଲୋଚନାରେ ଅନ୍ୟ ଜନ ପ୍ରତିନିଧୀଙ୍କ ପାଇଁ ଆଦର୍ଶ ହେବା ଆବଶ୍ୟକ । ଆଜିକାଲି ବିତର୍କସ୍ତର ବେଳେବେଳେ ଦୁର୍ବଳ ହୋଇଯାଉଛି ଏବଂ ରାଜନେତାଙ୍କ, ବିଶେଷକରି ଜନ ପ୍ରତିନିଧୀଙ୍କ ଭାବନା ଲୋକଙ୍କ ଆଖିରେ କମିଯାଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉପରାଷ୍ଟ୍ରପତି ।