ଓଡିଶା

odisha

ETV Bharat / bharat

ଚା' କପରେ ‘ମେଁ ଭି ଚୌକିଦାର’ - tea cup

ଟ୍ୱିଟରରୁ ଚା' କପରେ ପହଞ୍ଚିଲାଣି ମୋଦିଙ୍କ ‘ମେଁ ଭି ଚୌକିଦାର’ । ଶତାବ୍ଦୀ ଟ୍ରେନରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଜଣେ ଯାତ୍ରୀ ରେଳ ବିଭାଗର ଏହି ବ୍ୟବସ୍ଥାକୁ ବିରୋଧ କରିଥିଲେ ।

ଫଟୋ ସୌଜନ୍ୟ : @ANI

By

Published : Mar 29, 2019, 10:56 PM IST

Updated : Mar 29, 2019, 11:44 PM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ପ୍ରଚାର ଏବେ ଚୌକିଦାରରୁ ଆରମ୍ଭ ହୋଇ ଚା କପରେ ପହଞ୍ଚିଲାଣି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଚୌକିଦାର ନାରା ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ‘ମେଁ ଭି ଚୌକିଦାର’ ହୁଁ ବୋଲି କହିଥିଲେ। ସେବେ ଠାରୁ ସୋସିଆଲ ମିଡିଆରେ କ୍ରେଜ ପାଲଟିଥିଲା ମୋଦିଙ୍କ ‘ମେଁ ଭି ଚୌକିଦାର’ । ବର୍ତ୍ତମାନଶତାବ୍ଦୀ ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଉଥିବା ଚା' କପରେ ଦେଖିବାକୁ ମିଳିଛି ‘ମେଁ ଭି ଚୌକିଦାର’ ।

ଟ୍ରେନରେ ଏଭଳି ଚା' କପରେ ଚା ଦେବାକୁ ନେଇ ଜଣେ ଯାତ୍ରୀ ବିରୋଧ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଏହି ଚା କପର ଫଟୋ ଭାଇରାଲ ହୋଇଥିଲା । ରେଳ ବିଭାଗର ଏପରି ବ୍ୟବସ୍ଥାକୁ କିଛି ଲୋକ ନିନ୍ଦା କରିଥିଲେ।

ତେବେ ରେଳ ବିଭାଗ ଏହି ଘଟଣାରେ ପଦକ୍ଷେପ ନେଇଛି । ସଙ୍ଗେ ସଙ୍ଗେ ଘଟଣାରେ ସଂପୃକ୍ତ ଥିବା ଠିକାଦାର ଏବଂ ସୁପରଭାଇଜରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଚା’ କପ ସହ କୌଣସି ରାଜନୈତିକ ଦଳର ସଂଯୋଗ ନାହିଁବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2019, 11:44 PM IST

For All Latest Updates

ABOUT THE AUTHOR

...view details