ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସମସ୍ୟାକୁ ନେଇ ଟ୍ବିଟରରେ ଭିଡିଲେ ପିଡିପି ନେତା ମେହବୁବା ମୁଫ୍ତି ଏବଂ ଗୌତମ ଗମ୍ଭୀର । ଧାରା 370 ଓ ଧାରା 35 ଏ ଜରିଆରେ ଜମ୍ମୁ-କାଶ୍ମୀରକୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ନେଇ ଏହି ଦୁହିଁଙ୍କ ମଧ୍ୟରେ ଦେଖାଦେଇଛି ରାଜନୈତିକ ଯୁଦ୍ଧ। ତେବେ ଦୁହିଁଙ୍କ ମଧ୍ୟରେ ଯୁକ୍ତି ଏତେ ବଢିଗଲା ଯେ ନିଜ ଆକାଉଣ୍ଟରୁ ଗମ୍ଭୀରଙ୍କୁ ବ୍ଲକ କଲେ ମେହବୁବା।
ଗମ୍ଭୀରଙ୍କ ବାଣରେ ବେହାଲ ମେହବୁବା!
ଜମ୍ମୁ-କାଶ୍ମୀର ସମସ୍ୟାକୁ ନେଇ ଟ୍ବିଟରରେ ଆରମ୍ଭ ହେଲା ମେହବୁବା ମୁଫ୍ତି ଏବଂ ଗୌତମ ଗମ୍ଭୀରଙ୍କ ଯୁଦ୍ଧ । ଦୁହିଁଙ୍କ ମଧ୍ୟରେ ଯୁକ୍ତି ଏତେ ବଢିଗଲା ଯେ ନିଜ ଆକାଉଣ୍ଟରୁ ଗମ୍ଭୀରଙ୍କୁ ବ୍ଲକ କଲେ ମେହବୁବା ।
'ଗାଏବ ହୋଇଯିବେ କାଶ୍ମୀର ଲୋକ। ରହିବନି ସମ୍ବିଧାନର ପ୍ରଭାବ । ସରିଯିବ କାହାଣୀ । ଧାରା 370ର ଉଚ୍ଛେଦ ପ୍ରସଙ୍ଗ'ରେ ଟ୍ବିଟ କରି ଏଭଳି କିଛି ମନ୍ତବ୍ୟ ଦେଇଥିଲେ ମେହବୁବା । ଯାହାର କଡା ଯବାବ ଦେଇଛନ୍ତି ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଏହା ଭାରତର ଅଂଶବିଶେଷ, ଆପଣଙ୍କ ଭଳି କଳଙ୍କ ନୁହେଁ ଯାହା ଗାଏବ ହେଇଯିବ ବୋଲି ଜବାବ ଦେଇଥିଲେ ଗମ୍ଭୀର। ଏହା ପରେ ବି ଚୁପ ରହିନଥିଲେ ମେହବୁବା। ଦୀର୍ଘ 10 ଘଣ୍ଟାପରେ ନିଜ ଉତ୍ତରରେ ସେ କହିଥିଲେ, ଆଶା କରୁଛି ବିଜେପିରେ ତୁମ ରାଜନୈତିକ କ୍ୟାରିୟର ତୁମ କ୍ରିକେଟ କ୍ୟାରିୟର ପରି ଖରାପ ନ ରହୁ।' ବାସ ଗମ୍ଭୀର ବା କେଉଁଠି ଚୁପ ରହିବେ। ସେ ଏହାର ଉତ୍ତରରେ ଲେଖିଛନ୍ତି, ଓ ତ ତୁମେ ମୋତେ ଅନବ୍ଲକ କରିଦେଲ ଏବେ। କହି ରଖୁଛି ଏହି ଟ୍ବିଟରେ ଏବେ 1,365,386,456 ଜଣ ଭାରତୀୟ ଅଛନ୍ତି। ସେମାନଙ୍କୁ କେମିତି ବ୍ଲକ କରିବ। ପ୍ରକାଶ ଥାଉକି, ଏହିଠାରେ ସରିନାହିଁ ଏହି ଯୁକ୍ତି। ଆହୁରି ଅନେକ କଥାକୁ ନେଇ ଚାଲୁରହିଛି ଏହି ଟ୍ବିଟ ଯୁଦ୍ଧ।
ଗମ୍ଭୀରଙ୍କ ଏଭଳି କାଉଣ୍ଟର ଆଟାକକୁ ସହଜରେ ହଜମ କରିନପାରି ନିଜ ଟ୍ବିଟର ଆକାଉଣ୍ଟରୁ ବ୍ଲକ କରିଦେଇଛନ୍ତି ମେହବୁବା।