ଓଡିଶା

odisha

ETV Bharat / bharat

'ରମଜାନରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଉ'

ରମଜାନର ପବିତ୍ର ମାସରେ ଯୁଦ୍ଧ ବିରାମର ଘୋଷଣା କରିବାକୁ ସେନା ଏବଂ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ମେହବୁବା ମୁଫ୍‌ତି ।

By

Published : May 5, 2019, 1:47 AM IST

ଫାଇଲ ଫଟୋ

ଶ୍ରୀନଗର: ଆରମ୍ଭ ହେବ ପବିତ୍ର ମାସ ରମଜାନ । ଏହି ଦିନରେ ମୁସଲିମ ସମ୍ପ୍ରଦାୟର ଲୋକେ ଦିନ-ରାତି ଆହ୍ଲାଙ୍କୁ ପ୍ରାର୍ଥନା କରନ୍ତି ଏବଂ ମସଜିଦ ଯାଆନ୍ତି । ତେବେ ରମଜାନର ଏହି ପବିତ୍ର ମାସରେ ଯୁଦ୍ଧ ବିରାମର ଘୋଷଣା କରିବାକୁ ସେନା ଏବଂ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ମେହବୁବା ମୁଫ୍‌ତି ।

ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏଭଳି ନିବେଦନ କରିଛନ୍ତି । ସେ କହିଛନ୍ତି, ରମଜାନର ପବିତ୍ର ମାସରେ ଜମ୍ମୁ-କାଶ୍ମୀର ଲୋକଙ୍କୁ ଶାନ୍ତି ଦିଆଯାଉ । ସୀମାରେ ଏନକାଉଣ୍ଟର ଏବଂ ସର୍ଚ୍ଚ ଅପରେସନ ଭଳି କାର୍ଯ୍ୟାନୁଷ୍ଠାନ ନ ନିଆଯାଉ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୀମାରେ ତିକ୍ତତା ଦେଖାନଦେଉ ବୋଲି ସେ କହିଛନ୍ତି ।

ସେ ଆତଙ୍କବାଦୀଙ୍କୁ ମଧ୍ୟ ଏହି ମାସରେ କୌଣସି ପ୍ରକାର ଆତଙ୍କୀ କାର୍ଯ୍ୟକଳାପ ନକରିବାକୁ ନିବେଦନ କରିଛନ୍ତି । ସେ ଆତଙ୍କବାଦୀଙ୍କୁ ନିବେଦନ କରି କହିଛନ୍ତି, 'ରମଜାନର ମାସ ପ୍ରାର୍ଥନା ଏବଂ ଭକ୍ତି କରିବାର ମାସ । ତେଣୁ ଆତଙ୍କବାଦୀଙ୍କୁ ମଧ୍ୟ ଏହି ପବିତ୍ର ମାସରେ ହିଂସକ ଗତିବିଧିରୁ ନିଜକୁ ଦୂରେଇ ରଖିବା ଉଚିତ' ।

ସୂଚନା ଯୋଗ୍ୟ ଯେ, ବିଗତ ବର୍ଷ ମଧ୍ୟ ମେହବୁବାଙ୍କ ଅନୁରୋଧ କ୍ରମେ ସରକାର ଏହି ସମୟରେ ଯୁଦ୍ଧ ବିରାମର ଘୋଷଣା କରିଥିଲେ ।

ABOUT THE AUTHOR

...view details