ଓଡିଶା

odisha

By

Published : Oct 28, 2020, 11:18 AM IST

ETV Bharat / bharat

କାଲିଗ୍ରାଫିରେ କାଶ୍ମୀର ଝିଅଙ୍କ କମାଲ

ନିଜ କାଲିଗ୍ରାଫି ଆର୍ଟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କାଶ୍ମୀରର ପୁଲୱାମା ସହରର 21 ବର୍ଷିୟା ରାନୀ ମିସାକୁନ ନବି । ଯିଏ ନିଜ ବାପାଙ୍କ ବ୍ୟବସାୟର ପରିଚାଳନା କରିବା ସହ ନୂତନ ଡିଜାଇନ୍ କାଲିଗ୍ରାଫି କରି ନିଜ ପରିବାର ଚଳାଉଛନ୍ତି । ଅଧିକ ପଢନ୍ତୁ...

Meet Meesaqun Nabi, a budding calligrapher from South Kashmir
କାଲିଗ୍ରାଫି ଆର୍ଟ ମାଧ୍ୟମରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି କାଶ୍ମୀର ଝିଅ

ଶ୍ରୀନଗର: ବିଗତ ଶହେ ବର୍ଷର ଗୌରବମୟ ଇତିହାସକୁ ଅଧିକ ଗାରିମାମୟ କରିଛି ଭାରତର ହସ୍ତତନ୍ତ ଏବଂ ହସ୍ତକଳା । ଏହି ହସ୍ତକଳାକୁ ସାରାବିଶ୍ବ ସଲାମ କରେ । ଏହିପରି ଗୋଟିଏ କାହାଣୀ ହେଉଛି କାଶ୍ମୀରର ପୁଲୱାମା ସହରର ଜଣେ 21 ବର୍ଷିୟା ରାନୀ ମିସାକୁନ ନବିଙ୍କର, ଯିଏ ନିଜ କାଲିଗ୍ରାଫି ଆର୍ଟ ମାଧ୍ୟମରେ ତାଙ୍କ ପରିବାରର ପ୍ରତିପୋଷଣ କରି ଆସୁଛନ୍ତି । ବାସ୍ତବରେ, କାଲିଗ୍ରାଫି ହେଉଛି ଏକ ପ୍ରାଚୀନ କଳା ଏବଂ ଏହା ଲେଖା ସହିତ ସଂପୂର୍ଣ୍ଣ ଭାବରେ ଜଡିତ ।

ରାନୀ ମିସାକୁନ ହେଉଛନ୍ତି ବିୟୁଏମସିର ତୃତୀୟ ବର୍ଷର ଛାତ୍ରୀ । ଉତ୍ତରାଧିକାରୀ ଭାବରେ ନିଜ ବାପାଙ୍କ ବ୍ୟବସାୟର ପରିଚାଳନା କରିବା ସହ ନୂତନ ଡିଜାଇନ୍ ଏବଂ ଚିତ୍ର ସହିତ କାଲିଗ୍ରାଫିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରାନୀ ମିସାକୁନ । ସେ ଗଣମାଧ୍ୟମକୁ କହିଛନ୍ତି ଯେ " ମୋ ବାପା କାଲିଗ୍ରାଫି କରୁଥିଲେ ଏବଂ ତାଙ୍କ ପରେ ଲକଡାଉନ୍ ସମୟରେ ମୁଁ ଏହି କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲି । ମୁଁ ଚିତ୍ର ଆଙ୍କିବା ଆରମ୍ଭ କଲି ଏବଂ ଲୋକମାନେ ଏହାକୁ ପସନ୍ଦ କରିବାକୁ ମଧ୍ୟ ଲାଗିଲେ । ମୁଁ ଚାହେଁ ନାହିଁ ଯେ ଏହି କଳା ମରିଯାଉ । ତେଣୁ ମୁଁ ଏହାକୁ ଅନୁସରଣ କରିବାକୁ ସ୍ଥିର କଲି" ।

ସେ ତାଙ୍କ ସହପାଠୀଙ୍କୁ ଏହି କଳା ଶିଖାଇବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ଏକ ବାର୍ତ୍ତା ଦେଇଥିଲେ । ସେ କହିଛନ୍ତି ଯେ, ସମସ୍ତେ ନିଜ ପାଠପଢା ସହିତ ଅତିରିକ୍ତ କାର୍ଯ୍ୟେକଳାପ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏଥିସହ, ସେମାନଙ୍କର ପିତାମାତା ସେମାନଙ୍କୁ ଏଥିରେ ସମର୍ଥନ କରିବା ଉଚିତ । ତେବେ ରାନୀଙ୍କ ଭାଇ ରାଜା ଆଦାମ ମଧ୍ୟ ରାନୀଙ୍କ ଏଭଳି କାମ ପାଇଁ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଏବଂ ତାଙ୍କର କଳାକୁ ପରିବାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ଭାଇ ରାଜା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details