ନୂଆଦିଲ୍ଲୀ: ସାରା ଦେଶ ଏବେ କୋରୋନା ବିରୋଧୀ ଲଢେଇ ଜାରି ରଖିଛି । ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ କୋରୋନାଭାଇରସ୍ ମହାମାରୀ ବିରୋଧରେ ଲଢେଇରେ ବ୍ୟବହୃତ ଚିକିତ୍ସା ଉପକରଣ ଉପରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଲାଗୁ କରାନଯାଉ ।
ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, "ଏଭଳି ହି କଠିନ ସମୟରେ କୋଭିଡ -19 ବିରୋଧରେ ଲଢିବା ପାଇଁ ଆବଶ୍ୟକ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷ ଜିଏସଟି ମୁକ୍ତ କରାଯାଉ । ଏହି ଭାଇରସରେ ଓ ଦାରିଦ୍ର୍ୟରେ ପୀଡିତ ଲୋକମାନଙ୍କ ଠାରୁ ସାବୁନ, ସାନିଟାଇଜର, ମାସ୍କ ଏବଂ ଗ୍ଲୋଭସ୍ ଉପରେ ଜିଏସଟି ନିଆଯିବା ଭୁଲ ଅଟେ ।